ଯାଜପୁର: ଯାଜପୁର ଜିଲ୍ଲାର ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ଫଳରେ ଗତରାତିରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର, ମୁକୁନ୍ଦପୁର, ବନ୍ଦାଳ, ଗୌରପୁର ଆଦି ୪ଟି ପଞ୍ଚାୟତର ୫ଟି ଗାଁରେ ବନ୍ୟାପାଣି ପ୍ରବେଶ କରିଛି ।

ଦଶରଥପୁର ବ୍ଲକ ବୈତରଣୀ ଶାଖା କାଣୀ ନଦୀରେ ୨ଟି ଘାଇ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ,  କଣ୍ଟାପଡା ଘାଇଟି ଗତ ୭ ବର୍ଷରେ ୮ ଥର ଭାଙ୍ଗିଲାଣି।  ଏଥିଲାଗି ଜଳସମ୍ପଦ ବିଭାଗ ପକ୍ଷରୁ ୫୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି।  ଦୁଦୁରାଅଣ୍ଟା ପଞ୍ଚାୟତ କଣ୍ଟପଡ଼ାଠାରେ ୫୦ ଫୁଟ ଓ କସପା ପଞ୍ଚାୟତ ପଲାସାହି ଠାରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି।  ଏହାଛଡ଼ା ବୈତରଣୀ ନଦୀ ଦତ୍ତପୁର ଠାରେ ପୂର୍ବବର୍ଷ ହୋଇଥିବା ଘାଇ ସ୍ଥାନଟି ବନ୍ଧ ଧସିବାକୁ ଲାଗିଲାଣି। ଅରଡାଉଳିଆ, ଦିହୁଡିସାହି ଠାରେ ବନ୍ଧ ଧସିଛି।  କାଣୀ ନଦୀ କଣ୍ଟାପଡ଼ା ଠାରେ ମଧ୍ୟ ବନ୍ଧ ଧସିଛି।  ବନ୍ୟାଜଳ ପ୍ରବାହିତ ହେବ ଫଳରେ କସପା, ମଲ୍ଲିକାପୁର,  ତରପଦା,  ଦୁଦୁରାଅଣ୍ଟା,  ଦତ୍ତପୁର,  ନିଜପୁର,  ଶୁଶୁଆ, ମଙ୍ଗଳପୁର ଆଦି ପଞ୍ଚାୟତ ଚାଷଜମିରେ ବନ୍ୟା ଜଳ ମାଡ଼ିଯାଇଛି।

ପଲାସାହି -ମଲ୍ଲିକାପୁର ଆରଡ଼ି ରାସ୍ତା  କାଣୀ ନଦୀ ପୋଲ ଉପରେ ୨ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି।

The post ଦଶରଥପୁର ବ୍ଲକର ବୈତରଣୀ ଶାଖା କାଣୀ ନଦୀରେ ୨ଟି ଘାଇ ସୃଷ୍ଟି first appeared on Sambad.

from ଜିଲ୍ଲା | Sambad https://ift.tt/2QXkRZi