
ମାହାଙ୍ଗା: ‘ସଚେତନତା ଓ ସ୍ବଚ୍ଛତା ହିଁ କରୋନା ମହାମାରୀରୁ ଆମ ସମସ୍ତଙ୍କୁ ରକ୍ଷା କରିବ। ଏହାକୁ ପାଳନ କରିବା ପାଇଁ ମାହାଙ୍ଗାର ସମସ୍ତ ଗୁରୁଜନ, ମା’ ଓ ଭଉଣୀମାନଙ୍କୁ ଅନୁରୋଧ। କରୋନା କାଳରେ ସେମାନେ ନିଜକୁ ସୁରକ୍ଷିତ ରଖନ୍ତୁ। ବଜାର ଘାଟ ଭିଡ଼ ସ୍ଥାନକୁ ବର୍ଜନ କରି ଅତି ଆବଶ୍ୟକ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା। ଶ୍ରୀ ଜେନା କହିଛନ୍ତି ଯେ ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ୧୮ ଦିନ ମେଡିକାଲ୍ରେ ରହି ଏବେ ଘରକୁ ଫେରିଛନ୍ତି। କୋଭିଡ୍ ଆକ୍ରାନ୍ତ ହେଲେ, କି ଯନ୍ତ୍ରଣା ତାହା ସେ ଅନୁଭବ କରିଛନ୍ତି। ତେଣୁ ସମସ୍ତେ ସବୁ କଟକଣା ପାଳନ କରିବା ଆବଶ୍ୟକ। ଭଗବାନ ସମସ୍ତଙ୍କୁ ଏହି ମହାମାରୀରୁ ସୁରକ୍ଷା ଦିଅନ୍ତୁ। ସାମାନ୍ୟ ଅସୁସ୍ଥତା, ଜ୍ବର, କାଶ, ଥଣ୍ତା କିମ୍ବା ଦେହ ଘୋଳା ବିନ୍ଧା ହେଲେ ତୁରନ୍ତ ମେଡିକାଲ୍ରେ ପରୀକ୍ଷା କରନ୍ତୁ।
ଯଦି କେହି କରୋନା ଆକ୍ରାନ୍ତ ହେଉଛନ୍ତି ସେମାନେ ଏହାକୁ ନ ଲୁଚାଇ ସାର୍ବଜନୀନ କରନ୍ତୁ। ଏହାଦ୍ବାରା ନିଜେ ଓ ଅନ୍ୟମାନେ ଅବଗତ ହୋଇ ସୁରକ୍ଷିତ ହୋଇ ରହିପାରିବେ। ନିଜ ଜୀବନକୁ ସୁରକ୍ଷିତ ରଖିବା ସମସ୍ତଙ୍କର ଦାୟିତ୍ବ ହେବା ଆବଶ୍ୟକ। ଗତ ଦେଢ଼ବର୍ଷ ହେଲା କରୋନା କଟକଣା ଓ ଲକ୍ଡାଉନ୍ ଯୋଗୁଁ ସମସ୍ତଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ସରକାରଙ୍କ କଟକଣାକୁ ମାନିବା ଦଳଗତ ବର୍ଣ୍ଣ ନିର୍ବିଶେଷରେ ଆମ୍ଭ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। ଏହା ଦ୍ବାରା ଆମ୍ଭେମାନେ କରୋନା ମହାମାରୀଠାରୁ ନିଜକୁ ଦୂରେଇ ରଖିବା ସହ ରାଜ୍ୟ ଓ ଦେଶକୁ ସୁସ୍ଥ ରଖିବା ବୋଲି ଶ୍ରୀ ଜେନା କହିଛନ୍ତି।
The post କରୋନା କାଳରେ ନିଜକୁ ସୁରକ୍ଷିତ ରଖିବାକୁ ଅନୁରୋଧ କଲେ ମନ୍ତ୍ରୀ ପ୍ରତାପ ଜେନା first appeared on Sambad.from ଜିଲ୍ଲା | Sambad https://ift.tt/3fLMJb5
0 Comments