
ବାଲେଶ୍ବର: ବାତ୍ୟା ୟାସ୍ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ପରେ ଜିଲ୍ଲାକୁ ଗଲେ ଶକ୍ତିମନ୍ତ୍ରୀ । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଠାରେ ରହି ବାତ୍ୟା ସ୍ଥିତିର କରିବେ ଅନୁଧ୍ୟାନ କରିବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।
ସେପଟେ, ଅତିଭୀଷଣ ବାତ୍ୟା ଆକାରରେ ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତ୍ତନ କଲା ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଜାରି କରିଥିବା ତାଜା ବୁଲେଟିନରେ ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହଯାଇଛି । ଧାମରାର ଦକ୍ଷିଣ ଏବଂ ଚାନ୍ଦବାଲିର ଉତ୍ତର ପଟକୁ ଏହା ସ୍ଥଳଭାଗ ଛୁଇଁପାରେ । ଆସନ୍ତାକାଲି ସକାଳ ସୁଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ ମଧ୍ୟାହ୍ନ ସୁଧା ଅତିଭୀଷଣ ବାତ୍ୟା ଆକାରରେ ୟାସ୍ ସ୍ଥଳଭାଗକୁ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ଏହା ଧାମରା ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ।
from ଜିଲ୍ଲା | Sambad https://ift.tt/3wwnBMy
0 Comments