ଭଣ୍ତାରିପୋଖରୀ : ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରସ୍ଥିତ ସମ୍‌ କୋଭିଡ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଶ୍ରୀ ସାମଲ ଗତ ୩ ତାରିଖରେ ଅସୁସ୍ଥତା ଅନୁଭବ କରିବା ପରେ କୋଭିଡ୍‌ ଟେଷ୍ଟ କରିଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଦଳୀୟ କର୍ମୀଙ୍କ ସମେତ ବହୁ ଶୁଭେଚ୍ଛୁ ଶ୍ରୀ ସାମଲଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

The post ପ୍ରଫୁଲ୍ଲ ସାମଲଙ୍କୁ କରୋନା first appeared on Sambad.

from ଜିଲ୍ଲା | Sambad https://ift.tt/3vQAAIl