
ବିଂଝାରପୁର : ବିଂଝାରପୁର ବ୍ଲକ୍ରେ କରୋନା ଆଉଜଣକର ଜୀବନ ନେଇଛି। କରୋନାରେ ମୃତ୍ୟୁ ଯୋଗୁଁ ଶବ ପଡ଼ିରହିଥିଲା। ଶେଷରେ ପ୍ରଶାସନ ପହଞ୍ଚି ମୃତଦେହକୁ ନେଇ ସତ୍କାର କରିଛି।
ବିଂଝାରପୁର ବ୍ଲକ୍ କଲ୍ୟାଣପୁର ପଞ୍ଚାୟତ ଦାମୋଦର ଦଳାଇ(୫୫)ଙ୍କ ଗୁରୁବାର ବିଳମ୍ଵିତ ରାତିରେ ମୃତ୍ୟୁ ହୋଇଥିଲା। ସେ କରୋନା ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ। ଗୁରୁବାର ବିଳମ୍ଵିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଭୟରେ ଗ୍ରାମବାସୀ ଶବଦାହ କରିବାକୁ ଆସିନଥିଲେ। ସରପଞ୍ଚଙ୍କ ସ୍ଵାମୀ ତଥା ପୂର୍ବତନ ସରପଞ୍ଚ ମୁକ୍ତିକାନ୍ତ ସାମଲ ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ପ୍ରଥମେ ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପହଞ୍ଚି ଥିଲେ। ପରେ ପ୍ରଶାସନ ସହାୟତାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ପହଞ୍ଚି ଆମ୍ଵୁଲାନ୍ସ ଯୋଗେ ମୃତଦେହକୁ ଯାଜପୁର ନେଇଥିବା ପ୍ରାକ୍ତନ ସରପଞ୍ଚ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।
The post କରୋନାରେ ଆଉଜଣଙ୍କ ମୃତ୍ୟୁ, ଶବ ସତ୍କାର କଲା ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/3tOPfCG
0 Comments