
କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ନ୍ୟୁରୋଲୋଜି ବିଭାଗର ସହଯୋଗୀ ପ୍ରଫେସର ତଥା ଓମ୍ଟାର ରାଜ୍ୟ ସାଧାରଣ ସଂପାଦକ ଡାକ୍ତର କାଳୀପ୍ରସନ୍ନ ସ୍ବାଇଁଙ୍କ ମା’ ନିର୍ମଳା ସ୍ବାଇଁଙ୍କର ଭୁବନେଶ୍ବର ଏମ୍ସରେ ପରଲୋକ ଘଟିଛି। ସ୍ବର୍ଗତ ସୁଧୀର କୁମାର ସ୍ବାଇଁଙ୍କ ଧର୍ମପତ୍ନୀ ନିର୍ମଳା(୭୭)ଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ସେ ଜଣେ ଧର୍ମପରାୟଣା ଓ କର୍ତ୍ତବ୍ୟନିଷ୍ଠ ମହିଳା ଭାବେ ପରିଚିତ ଥିଲେ। ତାଙ୍କ ଏକମାତ୍ର ପୁଅ ଓ ୪ ଝିଅ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଝିଅ ଡାକ୍ତର ମନୋରମା, ଡାକ୍ତର ତୃପ୍ତି ଓ ସ୍ମୃତି ସ୍ବାଇଁ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ବାୟୋକେମେଷ୍ଟ୍ରି, ଫାର୍ମାକୋଲୋଜି ଓ ଇଏନ୍ଟି ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସାନଝିଅ ସ୍ବାତୀ ସିଙ୍ଗାପୁରରେ ଅଧ୍ୟାପିକା ଅଛନ୍ତି। ସେହିପରି ତିନି ଜ୍ବାଇଁ ପ୍ରଫେସର ଡାକ୍ତର ନିରଞ୍ଜନ ରାଉତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଡିନ୍ ଓ ପ୍ରିନ୍ସିଆଲ ଥିବାବେଳେ ୨ୟ ଜ୍ବାଇଁ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନା ଏସ୍ସିବି ରକ୍ତରୋଗ ବିଭାଗୀୟ ମୁଖ୍ୟ ଓ ତୃତୀୟ ଜ୍ବାଇଁ ଡାକ୍ତର ପ୍ରକାଶ ଚନ୍ଦ୍ର ବଳ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଶଲ୍ୟଚିକିତ୍ସା ବିଶେଷଜ୍ଞ ଥିବାବେଳେ ସାନ ଜ୍ବାଇଁ ସିଙ୍ଗାପୁରର ବହୁରାଷ୍ଟ୍ରୀୟ କମ୍ପାନିରେ କାର୍ଯ୍ୟରତ ଅଛନ୍ତି। ବୋହୂ ଡାକ୍ତର ପ୍ରଜ୍ଞା ପାରମିତା ଗିରି ଭୁବନେଶ୍ବର ଏମ୍ସରେ କମ୍ୟୁନିଟି ମେଡିସିନ୍ ବିଭାଗରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ନିର୍ମଳାଙ୍କ ବିୟୋଗରେ ବୋଧଙ୍ଗ ଗ୍ରାମବାସୀ, ନିଗମ ସ୍ମୃତି କୁଟିର, ଯୋବ୍ରା ଆଶ୍ରମର ସଦସ୍ୟମାନେ ଶୋକ ପ୍ରକାଶ କରିଛନ୍ତି।
The post ଓମ୍ଟାର ସାଧାରଣ ସଂପାଦକ ଡାକ୍ତର କାଳୀପ୍ରସନ୍ନ ସ୍ବାଇଁଙ୍କ ମାତୃ ବିୟୋଗ first appeared on Sambad.from ଜିଲ୍ଲା | Sambad https://ift.tt/3pgvWlb
0 Comments