ସମ୍ବଲପୁର : ଶନିବାର ୪୫ ବର୍ଷରୁ ଅଧିକ ବର୍ଗର ହିତାଧିକାରୀଙ୍କ ଟିକାକରଣ ବେଳେ ହୋଇଥିବା ପ୍ରବଳ ଭିଡ଼ ଓ ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା କରାଯାଇଛି। ସୋମବାରଠାରୁ ଏଥି ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଟିକାକରଣ କରାଯିବ। ଏଥି ପାଇଁ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକ୍‌ କରିଥିବା ଲୋକେ କେନ୍ଦ୍ରୀୟ ବିଦ୍ୟାଳୟ-୨ ବୁର୍ଲା, ଏନ୍‌ଏସି କଲେଜ୍ ବୁର୍ଲା ଓ ଏମ୍‌ସ କଲେଜ୍‌ ସମ୍ବଲପୁରରେ ଟିକା ନେଇ ପାରିବେ। ସେହିପରି ଅଫ୍‌ଲାଇନ୍‌ରେ ଅଧିକ କେନ୍ଦ୍ରରେ ଟିକା ଦିଆଯିବ। ଉକ୍ତ କେନ୍ଦ୍ର ଗୁଡ଼ିକରେ ସିଧାସଳଖ ପଞ୍ଜୀକରଣ କରି ଟୋକନ୍‌ ନେଇ ଲୋକେ ସକାଳ ୯ଟାରୁ ୨ଟା ମଧ୍ୟରେ ଟିକା ପାଇ ପାରିବେ।

ଅଇଁଠାପାଲି, ଧନକଉଡ଼ା, ଜେପି ମାଟର୍ନିଟି, କ୍ଷେତରାଜପୁର, ଚାଉଁରପୁର, ଧନୁପାଲି ଓ ମାନେଶ୍ବର ଆଦି ସମସ୍ତ ୭ଟି ଯାକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ହୀରାକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଭିମସାର୍‌ ବୁର୍ଲା, ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଲେଡିଲୁଇସ୍‌, ବୁଢ଼ାରଜା, ଜିଲ୍ଲା ସ୍କୁଲ, ଟାଉନ୍‌ ହାଇସ୍କୁଲ, ଜିଏମ୍ କଲେଜ୍, ସେଣ୍ଟ ଜୋନ୍‌ସ ସ୍କୁଲ, ବାଲିବନ୍ଧା ବାଳିକା ହାଇସ୍କୁଲ, ଧନକଉଡ଼ା ହାଇସ୍କୁଲ, ସମଲେଶ୍ବରୀ କଲେଜ, ଗୁରୁ ନାନକ ପବ୍ଲିକ ସ୍କୁଲ ଓ ସେଣ୍ଟ ଯୋସେଫ୍‌ ସ୍କୁଲ୍ ଆଦି ମୋଟ ୨୧ଟି କେନ୍ଦ୍ରରେ ଅଫ୍‌ଲାଇନ୍‌ ଟିକା ପ୍ରଦାନ କରାଯିବ। ତେଣୁ ଲୋକେ ଗୋଟିଏ ସ୍ଥାନରେ ଭିଡ଼ ନ ଜମାଇ ନିଜ ନିଜ ଅଞ୍ଚଳର କେନ୍ଦ୍ରରେ ଟିକା ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅପର ପକ୍ଷରେ ସୋମବାର ୧୮+ ବର୍ଗର ଟିକାକରଣ ବନ୍ଦ ରହିବ।

The post ଆଜିଠୁ ମହାନଗରରେ ୪୫ ବର୍ଷରୁ ଊର୍ଧ୍ବ ବର୍ଗର ବ୍ୟାପକ ଟିକାକରଣ first appeared on Sambad.

from ଜିଲ୍ଲା | Sambad https://ift.tt/3p2g1Xs