
ସିଙ୍ଗଡ଼ା : କରୋନା ଭଳି ମହାମାରୀ ସମୟରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ବିଚଳିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ବିେଶଷ କରି ମହାମାରୀ ସମୟରେ କେହି ଯେମିତି ଭୋକ ଉପାସରେ ନ ରୁହନ୍ତି, ତା ଉପରେ ଗୁରୁତ୍ବ ଦେଇ ସରକାର ପୌରାଞ୍ଚଳ, ଏନ୍ଏସି ସମେତ ଗ୍ରାମାଞ୍ଚଳରେ ଖାଦ୍ୟ ଯୋଗାଣ ପାଇଁ ଅନୁଦାନ ଦେଉଛନ୍ତି। ଅସହାୟ ଲୋକ, ବୁଲା କୁକୁର, ଗୋରୁଗାଈଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବାସ୍ତବରେ ଏହା କେତେ ଫଳପ୍ରସୂ ହେଉଛି, ତାହା ନ ଦେଖିଲେ ବିଶ୍ବାସ କରିହେବନାହିଁ।
ସୋମବାର ମଧ୍ୟାହ୍ନରେ କରଞ୍ଜିଆ ଏନ୍ଏସିରେ ଜଣେ ମାନସିକ ଅନଗ୍ରସର ମହିଳା ଭୋକ ଜ୍ବାଳା ସହିନପାରି ଏକ ମୂଷା ଧରି ପୋଡ଼ି ଖାଉଥିବା ଦେଖିବାକୁ ମିଳିଥିଲା। ଏହି ମହିଳା ଜଣକ କରଞ୍ଜିଆ ଥାନା ପରିସର, ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଧିକାଂଶ ସମୟରେ ରହିଥାନ୍ତି। ଭୋକ ଉପାସରେ ବୁଲୁଥିବା ବେଳେ କେହି କେବେ ତାଙ୍କୁ ଖାଦ୍ୟ ଦେବାରେ ଦେଖିବାକୁ ମିଳିନାହିଁ। ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଅସହାୟମାନଙ୍କୁ ଖାଦ୍ୟ ଦେବାର ବ୍ୟବସ୍ଥା କରିବାକୁ ସହରବାସୀ ଅନୁରୋଧ କରିଛନ୍ତି।
The post ମହାମାରୀ ସମୟରେ ଅସହାୟଙ୍କୁ ଖାଦ୍ୟ ଯୋଗାଣ ପ୍ରହସନ: ଭୋକ ବିକଳରେ ମୂଷା ପୋଡ଼ି ଖାଉଛନ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3v9irG5
0 Comments