ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦରରେ ବିନା ଲାଇସେନ୍ସରେ ଚାଲୁଥିବା ୨ ଗୋଟି କ୍ଲିନିକକୁ ଜିଲ୍ଲା ପ୍ରଶାସନ ଚଢାଉ କରି ବନ୍ଦ କରିଛି। ସୂଚନାଯୋଗ୍ୟ ଯେ ନୂଆପଡା ଜିଲ୍ଲା ମେଡିକାଲ ଅଫିସର ଡାକ୍ତର ଜୋସ୍ନାରାଣୀ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆପଡ଼ା ଜିଲ୍ଲା ଉପଜିଲ୍ଲାପାଳ ତରୁଣୀସେନ ନାଏକ, ଜିଲ୍ଲା ଫାଏର୍ ଷ୍ଟାପ୍, ଖଡିଆଳ ଏସଡିପିଓ ସନ୍ତକ ଜେନା ସିନାପାଲି ର ୨ଟି ବେଆଇନ କ୍ଲିନିକ ଉପରେ ଚଢାଉ କରି ବନ୍ଦ କରିଥିବା ଜଣାପଡ଼ିଛି। ସିନାପାଲି ନାକାଛକ୍ ରେ ଥିବା ଜମୁନା କ୍ଲିନିକ ଓ ସିନାପାଲି ସରକାରୀ ହସପିଟାଲ ସମ୍ମୁଖରେ ଥିବା ନେତ୍ରାନନ୍ଦ ମେହେରଙ୍କ କ୍ଲିନିକକୁ ବନ୍ଦ କରାଯାଇଛି।

ପ୍ରକାଶ ଯୋଗ୍ୟ ଯେ ଏମାନେ ବିଗତ ଦିନ ହେଲେ ବିନା ଲାଇସେନ୍ସରେ କ୍ଲିନିକ ଖୋଲି ଚଲାଉଥିଲେ। ଅଚାନକ ଜିଲ୍ଲା ପ୍ରଶାସନ ଚଢାଉ କରି ଏହି ଦୁଇଟି କ୍ଲିନିକର ସାଟିର୍ଫିକେଟ ଯାଞ୍ଚ କରି ବନ୍ଦ କରାଯାଇଥିବା ସୁଚନା ମିଳିଛି।

The post ସିନାପାଲିରେ ବିନା ଲାଇସେନ୍ସରେ ଚାଲୁଥିବା ୨ଟି କ୍ଲିନିକ୍ ବନ୍ଦ  first appeared on Sambad.

from ଜିଲ୍ଲା | Sambad https://ift.tt/3tXd8b2