ସମ୍ବଲପୁର : ପ୍ରଖ୍ୟାତ ଅଭିନେତା, ନାଟ୍ୟକାର ତଥା ଗୀତିକାର ‘ଶଳାବୁଢ଼ା’ ଫେମ୍‌ ଅଟଳ ବିହାରୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ପୁତ୍ର ଅଶ୍ବିନୀ ପଣ୍ଡାଙ୍କ ବୁର୍ଲାସ୍ଥିତ ବାସଭବନରେ ରହୁଥିବା ଅଟଳଙ୍କ ଗତକାଲି ରକ୍ତସର୍କରା ସ୍ତର ବହୁତ ବଢ଼ିଯାଇଥିବା ବେଳେ ହିମୋଗ୍ଲୋବିନ୍, ‌ସୋଡିୟମ୍ ଓ ପଟାସିୟମ୍‌ର ପରିମାଣ ଆବଶ୍ୟକତାଠାରୁ ବହୁତ କମ୍ ହୋଇଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଭିମ୍‌ସାର ମେଡିସିନ ୱାର୍ଡରେ ୩ ନମ୍ବର କ୍ୟାବିନରେ ଭର୍ତ୍ତି କରାଯାଇଥିଲା। ପ୍ରଫେସର ବୁଟୁଙ୍କେଶ୍ବର ପ୍ରଧାନ ତାଙ୍କ ଚିକିତ୍ସା କରୁଛନ୍ତି। ଗତ ରବିବାର ଦିନ ତାଙ୍କ ଧର୍ମପତ୍ନୀ ଲଳିତା ପଣ୍ଡାଙ୍କ ପରଲୋକ ଘଟିଥିଲା। ପତ୍ନୀ ବିୟୋଗରେ ସେ ଭାଂଗି ପଡ଼ିଥିଲେ। ଅଟଳଙ୍କ ଅସୁସ୍ଥତା ଖବର ପାଇ ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଭିମ୍‌ସାର କତ୍ତୃର୍ପକ୍ଷଙ୍କ ନିର୍ଦ୍ଦେଶ ଦେଇଛନ୍ତି।

The post ଅଭିନେତା ଅଟଳ ବିହାରୀ ପଣ୍ଡା ଅସୁସ୍ଥ first appeared on Sambad.

from ଜିଲ୍ଲା | Sambad https://ift.tt/3hHZzKo