
ରାଉରକେଲା : କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ୟୁ)ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ପାଖାପାଖି ୫ ହଜାର କୋଭିଡ୍ ବେଡ୍ ଓ ୧ ହଜାରରୁ ଅଧିକ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଉଛି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ ପ୍ଲାଟଫର୍ମରେ ସେଲ୍ ରାଉରକେଲା ଇସ୍ପାତ କାରଖାନା ‘ଇସ୍ପାତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶିଆଲିଟି’ ହସ୍ପିଟାଲର ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ୍ର ଲୋକାର୍ପଣ ଉତ୍ସବରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେ କହିଛନ୍ତି, ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନକୁ ଉତ୍ସର୍ଗ ହୋଇଥିବା ଭେଣ୍ଟିଲେଟର ସୁବିଧା ସହ କୋଭିଡ ବେଡ୍ଗୁଡ଼ିକ ଆଗାମୀ ଦିନରେ କୋଭିଡ୍ ସଂକ୍ରମିତ ରୋଗୀଙ୍କୁ ଉନ୍ନତମାନ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସହାୟକ ହେବ। ସେଲ୍ ମଧ୍ୟ ରାଉରକେଲାରେ ୫୦୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର (ସିସିସି) ପ୍ରତିଷ୍ଠା କରିବାର ଦାୟିତ୍ବ ନେଇଛି। ଏଥିସହ ଆର୍ଏସ୍ପିରେ ଅକ୍ସିଜେନ୍ ପ୍ରସ୍ତୁତି ୟୁନିଟ୍ରୁ ଲିକୁଇଡ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣକୁ ଗୁରୁତ୍ବ ଦିଆଯାଉଛି । ଏପ୍ରିଲରୁ ଏହି ପ୍ଲାଣ୍ଟରୁ ୧୦ ହଜାର ଟନ୍ରୁ ଅଧିକ ମେଡିକାଲ ଅକ୍ତିଜେନ୍ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ବିଧାୟିକା ଏବଂ ସେଲ୍ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ୧୦୦ ଭେଣ୍ଟିଲେଟର ଆଇସିୟୁ ବେଡ୍ ଲୋକାର୍ପିତ first appeared on Sambad.from ଜିଲ୍ଲା | Sambad https://ift.tt/345rdZw
0 Comments