ରାଉରକେଲା: ସଂକ୍ରମଣରେ ବ୍ରେକ ଲଗାଇବାକୁ ଜାରି ରହିଛି ଲକ ଡାଉନ ଓ ସପ୍ତାହାନ୍ତ ସଟ ଡାଉନ । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ କିଛି ଅମାନିଆ ବ୍ୟବସାୟୀଙ୍କୁ ରୋଜଗାର ମୋହ ମହଙ୍ଗା ପଡିଛି। ଆଜି କିଛି ଅମାନିଆ ବ୍ୟବସାୟୀ କୋଭିଡ୍‌ କଟକଣା ନିୟମକୁ ଫୁଃ କରି ଦୋକାନ ଖୋଲିଥିବାରୁ ଚଢ଼ଉ କରିଛି ଆରଏମସି ଏନଫୋର୍ସମେଣ୍ଟ ଟିମ l ଉଦିତନଗର ମାର୍କେଟ ରେ ଲସି ଦୋକାନ, ଡେଲିମାର୍କେଟ ଏକ ହୋଲସେଲ ପାନ ମସଲା ଓ ସିଗାରେଟ ଦୋକାନକୁ ସିଲ କରିଛନ୍ତି l ଗତକିଛି ଦିନ ତଳେ ରାଉରକେଲା ମହାନଗର ନିଗମ (ଆରଏମ୍‌ସି) ଓ ପୁଲିସର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉଭୟ ଡେଲିମାର୍କେଟ ଓ ଟ୍ରାଫିକ୍‌ଗେଟ୍‌ ମାର୍କେଟରେ ଚଢ଼ଉ କରିଥିଲା। ବିକ୍ରି ହେଉଥିବା ପ୍ରାୟ ୨ କ୍ବିଣ୍ଟାଲ ମାଛ ଓ ୧୫ ‌କେଜି ଓଜନର ମାଂସକୁ ଜବତ କରିଥିଲା। ଜବତ ମାଛ, ମାଂସକୁ ଟିମ୍‌ର ସଦସ୍ୟ ଡମ୍ପିଂ ଗାଡିରେ ଫିଙ୍ଗି ଦେଇଥିଲେ। କୋଭିଡ୍‌ କଟକଣା ନିୟମ ଉଲ୍ଲଂଘନ ଅଭିଯୋଗରେ ଡେଲିମାର୍କେଟର ୨ଟି, ଟ୍ରାଫିକ୍‌ ଗେଟ୍‌ ମାର୍କେଟର ୩ଟି ଦୋକାନକୁ ଆର୍‌ଏମ୍‌ସି ସିଲ୍‌ କରିଥିଲା। ଏମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା l

The post ରାଉରକେଲା: ହୋଲସେଲ ପାନ ମସଲା ଓ ଲସି ଦୋକାନ ସିଲ କଲା ଏନ୍‌ଫୋର୍ସମେଣ୍ଟ ଟିମ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/33U9QuI