ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ମାଓଗଡ କୁହାଯାଉଥିବା ସିଲଗେର ନୂତନ ଭାବେ ପ୍ରତିଷ୍ଠିତ ହୋଇଥିବା ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମଲା ହୋଇଛି।ଏହି ଗୁଳିବିନିମୟରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

ଏହି ଘଟଣା ପରେ ବସ୍ତର ଆଇଜି ସୁନ୍ଦରରାଜ ପିଙ୍କ କହିବା ଅନୁଯାୟୀ ସିଲଗେର ଠାରେ ନୂତନ ସିଆରପିଏଫ କ୍ୟାମ୍ପ ହେବା ପରେ ଏହି ଅଂଚଳର ଗ୍ରାମବାସୀମାନେ ଏହାକୁ ବିରୋଧ କରି ଆସୁଥିଲେ।ନକ୍ସଲ ପରୋକ୍ଷ ଭାବେ ଗ୍ରାମବାସୀଙ୍କୁ ଉସୁକାଇ ଯବାନଙ୍କ ବିରୋଧରେ ସ୍ବରତ୍ତୋଳନ କରିବା ପାଇଁ ବାଧ୍ୟ କରୁଥିଲେ।ତେବେ ପୁଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ବୁଝିଯାଇଥିଲେ।ତେବେ ଆଜି ପୁଣି ନକ୍ସଲ ଗ୍ରାମବାସୀଙ୍କୁ ନେଇ କ୍ୟାମ୍ପରେ ପହଞ୍ଚି ଗ୍ରାମବାସୀଙ୍କ ଆଢୁଆଳରେ କ୍ୟାମ୍ପ ଉପରେ ଚଢାଉ କରିଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା।ପରେ ନକ୍ସଲ ଛତ୍ରଭଙ୍ଗ ଦେବା ପରେ ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ୩ ଜଣ ପୁରୁଷ ନକ୍ସଲଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି।ତେବେ ଯେଉଁ ଶବ ମିଳିଛି ତାହା ନକ୍ସଲଙ୍କର ନା ଗ୍ରାମବାସୀଙ୍କର ତାହା ଜଣାପଡିନଥିବା ଆଇଜି ପ୍ରକାଶ କରିଛନ୍ତି।ଏହି ଘଟଣା ପରେ ଶତାଧିକ ଗ୍ରାମବାସୀ କ୍ୟାମ୍ପକୁ ଘେରି ରହିଛନ୍ତି।ତେବେ ମୃତ ଦେହଗୁଡିକକୁ ପୁଲିସ ଜବତ କରିବା ସହ ଏହାର ଚିହ୍ନଟ କରୁଛି ବୋଲି କହିଛି।ପ୍ରକାଶ ଥାଉକି ଗତ ଏପ୍ରିଲ ୩ ତାରିଖରେ ନକ୍ସଲ ଦ୍ବାରା ବଡ ହମଲା ହୋଇଥିଲା।ଯେଉଁ ହମଲାରେ ୨୨ ଜଣ ଯବାନ ସହିଦ ହୋଇଥିଲେ।ଏହାପରେ ସରକାର ଏଠାରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି।

The post ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲଙ୍କ ଗୁଳି ବିନିମୟ, ୩ ମାଓବାଦୀଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3bzWAjg