ରାଉରକେଲା: କରୋନାରେ ଆଖି ବୁଜିଛନ୍ତି ପୂର୍ବତନ ଜାତୀୟ ଭାର ଭାରତ୍ତୋଳନକାରୀ ସ୍ବର୍ଣ୍ଣବିଜେତା ମଧୁସ୍ମିତା ରାଉତ। କରୋନା ଆକ୍ରାନ୍ତ ହେବା ଗତ କିଛି ଦିନ ଧରି ସେ  ଆଇଜିଏଚ୍ରେ ଚିକିତ୍ସିତ ହେଉଥିଲେ। ଆଜି ଭୋର ପ୍ରାୟ ୪ଟାରେ ତାଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ସେ ରାଉରକେଲା ଇସ୍ପାତ କାରଖାନା (ଆରଏସପି) ସିନିୟର ଫିଲ୍ଡ ଆସିଷ୍ଟାଣ୍ଟ ଏବଂ ପ୍ରୋଟୋକଲ ଅଧିକାରୀ ଥିଲେ। ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ଉଭୟ ଜୁନିୟର ଓ  ସିନିୟର ଗ୍ରୁପ୍ରରେ ୪ଥର ଚମ୍ପିୟନ ହୋଇଥିଲେ। ସେଲର ସେ ଏକମାତ୍ର ଭାରୋତ୍ତଳନକାରୀ ଥିଲେ। ଅନେକ ଥର ଉତ୍ତୋଳନ ପ୍ରତିଯୋଗିତାରେ ସେଲ୍ରୁ ପ୍ରତିନିଧିତ୍ବ କରିଥିଲେ। ଅନେକ ପୁରସ୍କାର ପାଇଥିଲେ। ୧୯୯୮ରେ ତାଙ୍କୁ ଆଆରଏସପିରେ ନିଯୁକ୍ତି ମିଳିଥିଲା।

ତାଙ୍କ ସ୍ବାମୀ ଅଶୋକ କୁମାର ପ୍ରସାଦ ଜଣେ ଜାତୀୟ ଭାରତ୍ତୋଳନକାରୀ । ସମ୍ପ୍ରତି ସେ ରାଉରକେଲା ଇପିଏଫ୍ଓ ଅଫିସରେ କାର୍ୟ୍ୟରତ। ତାଙ୍କ ପରଲୋକରେ ସହରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଆରଏସପି ଅଫିସର ସଂଘର ସଭାପତି ବିମଳ ବିଶି, ଓଡ଼ିଶା ଭାରୋତ୍ତାଳନ ସଭାପତି ଚିତ୍ତ ସ୍ବାଇଁ, ସାଧାରଣ ସମ୍ପାଦକ ନାରାୟଣ ସାହୁ, ଜିଲ୍ଲା କ୍ରୀଡା ସଂଘର ଅନୀଲ ବୋଇଦାର, ପ୍ରଭାତ ଭୋଳ, ରାଇମା କ୍ଲବର ବାସୁ ବାନାର୍ଜୀ, ଅଶୋକ ପଟ୍ଟନାୟକ, ବିକ୍ରମ ସ୍ବାଇଁ, ସୁନିଲ ପାତ୍ର, ସନ୍ତୋଷ ଭୂଇଆଁ, ନରହରି ଗୌଡ, ସ୍ମିତା ବାରିକ୍, ସ୍ମିତା ମହାନ୍ତି ପ୍ରମୁଖ ଗଭୀର ଲୋକ ବ୍ୟକ୍ତ କରିଛନ୍ତି। ଏଭଳି କଠିନ ସମୟରେ ଭଗବାନ ତାଙ୍କ ପରିବାରକୁ ଅସୀମ ଧୈର୍ୟ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି।

The post କରୋନାରେ ଆଖି ବୁଜିଲେ ପୂର୍ବତନ ଜାତୀୟ କ୍ରୀଡାବିତ୍ ମଧୁସ୍ମିତା  first appeared on Sambad.

from ଜିଲ୍ଲା | Sambad https://ift.tt/2RrPsyv