ଗଁଦିଆ: ମୋବାଇଲ ଦେଖିବାରେ ବ୍ୟସ୍ତଥିବା ମେଧାବୀ ଇଂଜିନିୟରିଂ ଛାତ୍ର ପୁଲିସ ଗାଡି ଦେଖି ଜାଣିପାରିନଥିଲେ କଣ କରିବ। ଗାଡି ଲାଇଟ ଦେଖି ଅନ୍ଧାରୁଆ ଦୌଡିବା ଯୋଗୁ ପରିତ୍ୟକ୍ତ କୂଅରେ ପଡିଯାଇ ମୃତ୍ୟୁବରଣ କରିଛନ୍ତି । ନିହଲପ୍ରସାଦ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମର ହୂଷିକେଶ ବାରିକଙ୍କ ପୁଅ ଵିଭୂଚନ୍ଦ୍ର ବାରିକ (୨୦)ମଙ୍ଗଳବାର ସନ୍ଧ୍ୟାରେ ପିଙ୍ଗୁଆରୁ ମଂଜୁରୀପଡା ରାସ୍ତାରେ ପାଟଣାସାହି ରାସ୍ତାକଡରେ କଲଭର୍ଟ ଉପରେ ସାଥୀମାନଙ୍କ ସହ ବସି ମୋବାଇଲ ଦେଖୁଥିଲେ। ନିହାଲପ୍ରସାଦ ପୁଲିସ ସେମାନଙ୍କୁ ତାଗିଦ କାରି ମଞ୍ଜୁରୀପଡା ଆଡକୁ ଯାଇଥିଲେ। ମଂଜୁରୀପଡା ପଟରୁ ଏକ ଗାଡି ଆସିବାର ଦେଖି ମୋବାଇଲ ଦେଖୁଥିବା ଯୁବକ ଦୌଡିବା ଆରମ୍ଭ କରିଥିଲେ। ଵିଭୂଚନ୍ଦ୍ର ଅନ୍ଧାରୁଆ କୂଅରେ ପଡିଯାଇଥିଲେ।

ପରିବାର ଲୋକ ବହୁ ସମୟ ଖୋଜାଖୋଜି କରିବା ପରେ କୂଅରେ ପଡିଥିବାର ସଂଦେହ କରି ଗଁଦିଆ ଅଗ୍ନିଶମ ସଂସ୍ଥାକୁ ଖବର ଦେଇଥିଲେ।ଶବକୁ ଉଦ୍ଧାର କରାଯାଇ ଢେଙ୍କାନାଳରେ ବ୍ୟବଛେଦ କରାଯିବାକୁ ନିଆଯାଇଛି। ଵିଭୂଚନ୍ଦ୍ର ଜଣେ ଗରିବ ମେଧାବୀ ବିଦ୍ୟାର୍ଥୀ ବଡ କଷ୍ଟରେ ଇଂଜିନିୟରିଂ କଲେଜରେ ପଢୁଥିଲେ। ବାପା-ମାଙ୍କର ଆଶା ଧୂଳିସାତ ହୋଇଯାଇଛି।

The post ପୁଲିସ ପାଟ୍ରୋଲିଙ୍ଗ ଦେଖି ଅନ୍ଧାରୁଆ ଦୌଡିବା କାଳ ହେଲା, କୂଅରେ ପଡି ଛାତ୍ରର ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3ypG8vN