
ମାଲକାନଗିରି: ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଂଗା ବୁଡି ମା’ ଓ ଶିଶୁ ସହ ୩ ଜଣ ନିଖୋଜ ଥିବା ଜଣାପଡିଛି। ଘଟଣା ଅନୁଯାୟୀ ୧୧ ଜଣ ଯାତ୍ରୀକୁ ନେଇ ଏକ ଦେଶୀ ଡଂଗା ଓରାପଦର ଗ୍ରାମର ବକୁଲି ଗ୍ରାମକୁ ଯାଉଥିଲା। ତେବେ ନଦୀ ମଝିରେ ଭାରସାମ୍ୟ ହରାଇ ଡଂଗାଟି ବୁଡିଯାଇଥିଲା। ଡଂଗାରେ ବସିଥିବା ୮ ଜଣ ଯାତ୍ରୀ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ମା’ ଓ ଶିଶୁ ସହ ଅନ୍ୟ ଜଣେ ବୃଦ୍ଧା ମହିଳା ନିଖୋଜ ଥିବା ଜଣାପଡିଛି।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ନଦୀରେ ତିନି ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହି ଗ୍ରାମବାସୀମାନେ ଦାମଦୋରଗୁଡାର ବୋଲି ଜଣାପଡିଛି। ତେବେ ଡଂଗାଟି କେମିତି ନଦୀ ମଝିରେ ଭାରସାମ୍ୟ ହରାଇଲା ତାହା ଜଣାପଡିନଥିବା ବେଳେ ନିଖୋଜର ଅବସ୍ଥା କଣ ଥିବା ସନେଇ ଏବେ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।
The post ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଂଗା ବୁଡି ମା’ଶିଶୁ ସହ ୩ ନିଖୋଜ first appeared on Sambad.from ଜିଲ୍ଲା | Sambad https://ift.tt/3ynsvNz
0 Comments