ନାଲକୋ ନଗର: ନାଲକୋ ନଗର ଥାନା ଅନ୍ତର୍ଗତ ସିପିପି ଛକ ନିକଟରେ ଥିବା ଏକ ସାଇକେଲ ଦୋକାନୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଜ କିଶୋର ମୁଦୁଲି(୪୫)ଦୀର୍ଘଦିନ ଧରି ସିପିପି ଛକ ନିକଟରେ ଏକ ସାଇକେଲ ଦୋକାନ କରିଥିଲେ। ରାଜକିଶୋରଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲା ପର୍ଯଙ୍ଗ ଥାନା ଅନ୍ତର୍ଗତ ରୋଡ ଅଞ୍ଚଳରେ ହୋଇଥିବାବେଳେ କିଛିଦିନ ହେବ ବଅଁରପାଳ ବ୍ଲକ ବନ୍ଧା ଗ୍ରାମରେ ଭଡା ନେଇ ପରିବାର ସହ ରହୁଥିଲେ।
ପାରିବାରିକ କଳହ ପାଇଁ ରାଜ କିଶୋରଙ୍କ ପତ୍ନୀ ଭଡାଘରୁ ଛାଡି ନିଜ ବାପଘର କଲିଅରୀ ଥାନା ଅନ୍ତର୍ଗତ ଜାମ୍ବୁ ବାହାଳି ଗ୍ରାମକୁ ଚାଲିଯାଇଥିଲେ। ଗତକାଲି ମଙ୍ଗଳବାର ଦିନ ସେ ନିଜ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ। ଆଜି ସକାଳେ ରାଜକିଶୋର ନିଜ ଦୋକାନ ଘର ଭିତରେ ଥିବା ଆଜବେଷ୍ଟ ପାଇପରେ ନିଜେ ପିନ୍ଧିଥିବା ସାର୍ଟ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି।
ଖବର ପାଇ ସ୍ତ୍ରୀ ଓ ପରିବାର ଲୋକ ଘଟଣାସ୍ଥଳରେ ପହଂଚିଥିବାବେଳେ ପୁଲିସ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି | କିଛିଦିନ ତଳେ ରାଜକିଶୋର ଆତ୍ମହତ୍ୟା ଉଦ୍ୟମ କରିଥିଲେ ବି ସ୍ଥାନୀୟ ଲୋକଙ୍କ ଯୋଗୁଁ ବଂଚିଯାଇଥିଲେ |
The post ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କଲେ ସାଇକେଲ ଦୋକାନୀ first appeared on Sambad.from ଜିଲ୍ଲା | Sambad https://ift.tt/3ogKArV
0 Comments