ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝରବନ୍ଧ ଗ୍ରାମର ଖଗେଶ୍ୱର ନାଗ (୨୮) ଙ୍କ କରୋନାରେ ମୃତ୍ୟୁ ହୋଇଛି। ସେ
ଉ:ପ୍ରା ପ୍ରାଥମିକ ନାଗଝର ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ କରୋନା ଆକ୍ରାନ୍ତ ଯୋଗୁଁ ମୃତ୍ୟୁ ହୋଇଛି। ଗତ ମେ ୩ ରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟ ହେବାପରେ ତାଙ୍କର ପଜିଟିଭ ଚିହ୍ନଟ ହୋଇଥିଲା।

ସେ ୪ ତାରିଖ ଦିନ ନୂଆପଡ଼ା ଜିଲ୍ଲା କୋଭିଡ କେୟାର ସେଣ୍ଟରରେ ଏଡମିଟ୍ ହୋଇ ଚିକିତ୍ସାଧୀନ ହେଉଥିବାବେଳେ ମଙ୍ଗଳବାର ରାତ୍ରି ୧୧ଟାରେ ହୋଇଛି |ସୂଚନା ଥାଉ କି ମାର୍ଚ୍ଚ ୩ ତାରିଖ ଦିନ ତାଙ୍କର ବିବାହ ହୋଇଥିଲା ।

ବିବାହକୁ ମାତ୍ର ୨ମାସ ହୋଇଥିବା ବେଳେ ଖଗେଶ୍ୱରଙ୍କ ମୃତ୍ୟୁ ପରେ ପରିବାର ଭାଙ୍ଗି ପଡିଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣି ସିନାପାଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏନେଇ ସିନାପାଲି ବ୍ଲକ ଶିକ୍ଷା ବିଭାଗ, ଶିକ୍ଷକ ସଂଘ ଶୋକ ପ୍ରକାଶ କରିଛନ୍ତି।

The post କରୋନାରେ ଶିକ୍ଷକଙ୍କ ମୃତ୍ୟୁ, ୨ ମାସ ତଳେ ହୋଇଥିଲା ବିବାହ first appeared on Sambad.

from ଜିଲ୍ଲା | Sambad https://ift.tt/3uT3FTm