ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳାମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦିଆଯାଇଛି। ଆସନ୍ତା ଜୁନ୍‌ ପ୍ରଥମ ସପ୍ତାହରେ ପ୍ରସବ କରିବାକୁ ଥିବା ମହିଳାମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା। ଏହି କ୍ରମରେ ୨୪୯ ଜଣ ଗର୍ଭବତୀ ମହିଳା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ ଜଣ ଆସନ୍ନ ପ୍ରସବାଙ୍କୁ ଜିଲ୍ଲାର ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣ ଶିଶୁ ଜନ୍ମ ନେଇଥିବା ଜଣାପଡ଼ିଛି। ଗତ ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ଏହି ଶିଶୁ ଜନ୍ମ ନେଇଥିବା ଜଣାପଡ଼ିଛି। ପ୍ରସବ କରିବାକୁ ଥିବା ଅନ୍ୟ ମହିଳାଙ୍କ ନିମନ୍ତେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି।

The post ୩୧ ଗର୍ଭବତୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର, ଜନ୍ମ ନେଲେ ୧୦ ସନ୍ତାନ first appeared on Sambad.

from ଜିଲ୍ଲା | Sambad https://ift.tt/3oREIpj