
ସମ୍ବଲପୁର : କରୋନା ନେଇଗଲା ଆଉ ଏକ ମୂଲ୍ୟବାନ ଜୀବନ। ଦୀର୍ଘ ୨୨ ଦିନ ପର୍ଯ୍ୟନ୍ତ ବୁର୍ଲା କୋଭିଡ୍ ହସ୍ପିଟାଲରେ କରୋନା ସହିତ ଯୁଦ୍ଧକରି ପରିଶେଷରେ ହାରିଗଲେ ବହୁମୁଖୀ ପ୍ରତିଭାର ଅଧିକାରୀ ନାଟ୍ୟଶ୍ରୀ ଡ.ପଞ୍ଚାନନ ମିଶ୍ର(୭୧)। ସମ୍ବଲପୁରୀ ନାଟକକୁ ଏକ ସ୍ବତନ୍ତ୍ର ପରିଚୟ ଦେବା ସହିତ ଏହା ଜରିଆରେ ଅଂଚଳର ଭାଷା ସାଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ପ୍ରମୁଖ ଭୂମକା ଗ୍ରହଣ କରିଥିବା ଡ. ପଞ୍ଚାନନ ମିଶ୍ର ବୁଧବାର ରାତି ୨ଟାରେ ବୁର୍ଲା କୋଭିଡ୍ ହସ୍ପିଟାଲରେ ଆରପାରିକୁ ଚାଲିଗଲେ। ତାଙ୍କ ବିୟୋଗରେ ସମଗ୍ର ପଶ୍ଚିମ ଓଡ଼ିଶା ତଥା ବାହାରେ ଶୋକର ଛାୟା ଖେଳିଯାଇଛି।
୧୯୫୦ ମସିହାରେ ସୋନପୁରରେ ଜନ୍ମିତ ପଞ୍ଚାନନ ମିଶ୍ର ଥିଲେ ଏକାଧାରରେ ଜଣେ ଅଭିନେତା, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଲେଖକ, ଗବେଷକ ଓ ସାଂସ୍କୃତିକ ସଂଗଠକ।
The post ଚାଲିଗଲେ ନାଟ୍ୟଶ୍ରୀ ଡ. ପଞ୍ଚାନନ ମିଶ୍ର first appeared on Sambad.from ଜିଲ୍ଲା | Sambad https://ift.tt/3eqa1Uz
0 Comments