
ଜୟପୁର: କେନ୍ଦ୍ରସରକାରଙ୍କ ନିର୍ଦେଶରେ ରାଜ୍ୟର ୧୫ଟି ସ୍ଥାନରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ। ଏଥି ମଧ୍ୟରୁ କୋରାପୁଟ ଜିଲ୍ଲା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ସ୍ଥାପନ ହେବ ଏହି ପ୍ଲାଣ୍ଟ। ଏହାକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କରାଯିବ। ଯୁଦ୍ଧକାଳୀନ ଭିତ୍ତିରେ ଏହି କାମକୁ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ରାସ୍ତା ପରିବହନ ଏବଂ ଜାତୀୟ ରାଜପକ୍ଷ ମନ୍ତ୍ରଳାୟକୁ ରାଜ୍ୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚିଠି କରାଯାଇଛି। ପ୍ରାଧିକରଣ ଦ୍ବାରା ଓଡିଶାରେ ୭ଟି, ଇଣ୍ଡିଆନ୍ ଅଏଲ୍ ଦ୍ବାରା ୪ଟି, ଏଚପିସିଏଲ୍ ଏବଂ ପିଏଲଏଲ ଦ୍ବାରା ୨ଟି ଲେଖାଏଁ ୧୪ଟି ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବା ଯୋଜନା ରହିଛି। ପ୍ରାଧିକରଣ ପକ୍ଷରୁ କୋରାପୁଟ ଜିଲ୍ଲାର ଜୟପୁର ସମେତ ନୟାଗଡ, ଝାରସୁଗୁଡା, ଗଜପତି, କଟକ, ବୈଦ୍ଧ ଓ ଭଦ୍ରକରେ ଏହି ପ୍ଲାଣ୍ଟ ସ୍ଥାପନ କରିବ। ଏହି ସୂଚନା ସାଧାରଣରେ ପ୍ରଚାର ହେବା ପରେ ଏହାକୁ ସ୍ବାଗତ କରାଯାଇଛି।
The post ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଜୟପୁରରେ ସ୍ଥାପନ ହେବ ଅକ୍ସିଜେନ୍ ପ୍ଲାଣ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3boeZ2f
0 Comments