
ବନ୍ତଳା:ଅନୁଗୁଳ ବ୍ଲକ ତଳଗଡ଼ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମର ପୂର୍ବତନ ସରପଞ୍ଚ ମନମୋହନ ସେଠୀ ଙ୍କ ସ୍ତ୍ରୀ ମମତା ସେଠୀ(୪୮)ଗ୍ରାମରେ ଥିବା ଆମ୍ବ ତୋଟାକୁ ଭୋର ରୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ।
ତେବେ ଆମ୍ବ ଗୋଟାଉଥିବା ସମୟରେ ସେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ। ଫଳରେ ହାତୀଟି ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ କଚାଡି ଦେଇଥିଲା। ଘଟଣାସ୍ଥଳ ରେ ହିଁ ମମତା ଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବନ୍ତଳା ରେଞ୍ଜର ମାଧବ ନାୟକ ଙ୍କ ସହ ବନ୍ତଳା ପୁଲିସ ସେଠାରେ ପହଂଚି ଘଟଣାର ତଦନ୍ତ କରୁଥିବା ବେଳେ ଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
The post ହାତୀ ଆକ୍ରମଣରେ ମହିଳା ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3unZO0p
0 Comments