
ଯଶିପୁର : କରୋନା ମୃତକଙ୍କ ଶବ ଛୁଇଁଲେନି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଶିରୋମଣିପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଶବ ସତ୍କାର ଦୂରେ ଥାଉ, ମୃତକଙ୍କ ପାଖ ମାଡ଼ିନାହାନ୍ତି ଗ୍ରାମବାସୀ।
ସୂଚନା ମୁତାବକ, ଏହି ଗ୍ରାମର ଅନାମ ନାୟକ (୪୬) କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଚିକିତ୍ସାଧୀନ ଥିଲେ। ବୁଧବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ତାଟୋ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିବା ବେଳେ ଅପରାହ୍ନ ୪ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଁରେ ମୃତଦେହ ପହଞ୍ଚିବା ପରେ କେହି ସହଯୋଗ କରିବାକୁ ଆସି ନ ଥିଲେ। ପରେ ଏ ନେଇ ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ଖବର ଦିଆଯାଇଥିଲା। ଶବ ସତ୍କାର ପାଇଁ ଯଶିପୁର ଡାକ୍ତରଖାନା ପକ୍ଷରୁ ପିପିଇ କିଟ୍ ମଧ୍ୟ ଯୋଗାଇ ଦିଆଯାଇଥିଲା। ତଥାପି ସଂକ୍ରମଣ ଭୟରେ କେହି ସତ୍କାର କରିବାକୁ ରାଜି ହୋଇନଥିଲେ। ପରେ ମୃତକଙ୍କ ଦୂର ଗାଁ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିଲା। ସେମାନେ ଆସିବା ପରେ ଶବଦାହ କରାଯିବ ବୋଲି ଜଣାପଡ଼ିଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ସେମିତି ଘରେ ପଡ଼ିରହିଥିଲା।
The post ଗାଁରେ ପଡ଼ିରହିଛି ଆକ୍ରାନ୍ତଙ୍କ ମୃତଦେହ first appeared on Sambad.from ଜିଲ୍ଲା | Sambad https://ift.tt/3f2Sh1X
0 Comments