ନୀଳଗିରି: ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଟିଏମସିର ହିଂସା ବିରୋଧରେ ବାଲେଶ୍ବର ଜିଲ୍ଲାର ନୀଳଗିରିସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପବାସ ସହ ଧାରଣା ଜାରି ରଖିଛନ୍ତି।

ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରି ମମତା ବାନାର୍ଜୀ ଗଣତନ୍ତ୍ରର ମୌଳିକ ଅଧିକାରକୁ ହତ୍ୟା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ଆଗାମୀ ଦିନରେ ପଶ୍ଚିମବଙ୍ଗବାସୀଙ୍କୁ ତୃଣମୂଳ କଂଗ୍ରେସ କେଉଁ ପ୍ରକାରର ଶାସନ ଦେବାକୁ ଯାଉଛି ତାହା ଏଥିରୁ ପ୍ରତିଫଳିତ ହୋଇଛି । ଦେଶର କୌଣସି ଅଞ୍ଚଳରେ ଏଭଳି ହିଂସା କଳ୍ପନାଯୋଗ୍ୟ ନୁହେଁ ।
ଏଥିପାଇଁ ବୁଧବାର କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ମତ୍ସ୍ୟ, ପଶୁ ସମ୍ପଦ ଓ ଗୋପାଳନମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ନୀଳଗିରିସ୍ଥିତ ବାସଭବନରେ ଏହାକୁ ଶକ୍ତିଶାଳୀ ଶବ୍ଦରେ ନିନ୍ଦାକରିବା ସହ ଉପବାସ କରି ଧାରଣା ଦେଇଛନ୍ତି। ସେ ଆସନ୍ତା କାଲି ମୌନବ୍ରତ କରିବେ ।
ଅନୁରୂପ ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ତାଙ୍କ ନୀଳଗିରି ପୁନ୍ଦାଳ ବାସଭବନରେ ରାଜନୈତିକ ହିଂସା ପ୍ରତିବାଦରେ ତଥା ଗଣତନ୍ତ୍ରର ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଜି ଉପବାସ କରିଛନ୍ତି ଓ ଆସନ୍ତା କାଲି ମୌନବ୍ରତ କରିବେ।

The post ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଟିଏମସିର ହିଂସା ବିରୋଧରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପବାସ ସହ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3tt2j0t