
ମାଲକାନଗିରି: ଛତିଶଗଡର ସୁକମା ଜିଲ୍ଲାର ଦୋରନାପାଲ ଥାନା ଅନ୍ତର୍ଗତ ପେଣ୍ଟା ଗାଁରେ ନକ୍ସଲ ଜଣେ ଡିଆରଜି ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତି ପ୍ରାୟ ସାଢେ ଦଶଟା ବାଜିଥିବ। ପେଣ୍ଟା ଗାଁର ବାସିନ୍ଦା ବେଟ୍ଟି ଭୀମା ଡିଆରଜି ଯବାନ ଭାବେ କାମ କରନ୍ତି। ସେ ଘରକୁ ଫେରିଥିଲେ। ଏହି ଖବର ନକ୍ସଲଙ୍କ ନିକଟରେ ପହଞ୍ଚିଥିଲା। ପ୍ରାୟ ୧୦ରୁ ୨୦ ନକ୍ସଲ ଗାଁରେ ପଶି ଭୀମାଙ୍କ ଘରକୁ ଯାଇଥିଲେ। ନକ୍ସଲ ଆସିଥିବା ଜାଣିବା ପରେ ଭୀମା ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ନକ୍ସଲ ତାଂକୁ ଘେରି କାବୁ କରିଥିଲେ। ତାଂକ ଘର ସାମ୍ନାରେ ଥିବା ଏକ ତେନ୍ତୁଳି ଗଛ ନିକଟରେ ଧାରୁଆ ଅସ୍ତ୍ରରେ ଭୀମାଙ୍କର ତଣ୍ଟି କାଟି ଦେଇଥିଲେ। ଯାହାଫଳରେ ଭୀମା ଛଟପଟ ହୋଇ ସେଠାରେ ମୃତ୍ୟୁବରଣ କରିଥିଲେ।
ପ୍ରକାଶ ଥାଉକି ଭୀମାଙ୍କର ତିନୋଟି ସନ୍ତାନ ରହିଛନ୍ତି। ପତ୍ନୀ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଯେତେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲ ଛାଡି ନଥିଲେ। ଅନ୍ୟଦିଗରେ ନକ୍ସଲ ତାଂକୁ ଟ୍ରାକ୍ଟର ଏବଂ ମଟର ସାଇକେଲର ଚାବି ମାଗିଥିଲେ। ତେବେ ପତ୍ନୀ ଗାଡିର ଚାବି ତାଂକ ନିକଟରେ ନଥିବା କହିଥିଲେ। ନକ୍ସଲ ରାତିରେ ଦୀର୍ଘ ସମୟ ଧରି ତାଣ୍ଡବ ରଚାଇଥିଲେ। ପରେ ଗ୍ରାମବାସୀ ଡିଆରଜି କ୍ୟାମ୍ପକୁ ଖବର ଦେଇଥିଲେ। ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଭୀମାର ମୃତ୍ୟୁ ହୋଇଯାଇଥିଲା। ତେବେ ନକ୍ସଲ ଶବ ନିକଟରେ କୌଣସି ପୋଷ୍ଟର ଛାଡିକି ଯାଇନାହାନ୍ତି।ଦୋରନାପାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ପତ୍ନୀଙ୍କ ଅନୁରୋଧ ରଖିଲେନି ନକ୍ସଲ, ଡିଆରଜି ଯବାନଙ୍କୁ ନିର୍ମମ ହତ୍ୟା କଲେ first appeared on Sambad.from ଜିଲ୍ଲା | Sambad https://ift.tt/3o9Xwje
0 Comments