ଲେଫ୍ରିପଡା: ଲେଫ୍ରିପଡା ଥାନା ଅନ୍ତର୍ଗତ ତେଲେନଡିହି ଠାରେ ଇଚ୍ଛାନଦୀ ପାଣିରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଲେଫ୍ରିପଡା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ବେଳେ ମୃତ ଯୁବକ ଜଣକ ଦେଉଲଡିହି ଗ୍ରାମର ଲୋକେଶ ଜୟପୁରିଆ (୨୬) ବୋଲି ଜଣାପଡିଛି। କୁଆଡେ ସେ ଗତ ଶନିବାର ଦିନ ଠାରୁ ଘରୁ ବାହାରି ଫେରି ନଥିଲେ ବୋଲି ତାଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି। ତେବେ ଘଟଣାଟି ଏକ ସୁପରିଟଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଯାଉଥିବା ବେଳେ ପୁଲିସ ତାର ତଦନ୍ତ ଜାରୀ ରଖିଛି।

The post ନଦୀରୁ ଯୁବକର ମୃତ ଦେହ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3hhiYS5