ଭଦ୍ରକ: ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ବାତ୍ୟା ୟାସ୍ ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ସକାଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ ପହଞ୍ଚିବ। ଏହାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୧୪ଟି ପଞ୍ଚାୟତର ତଳିଆ ଅଞ୍ଚଳର ପ୍ରାୟ ୧୦ ହଜାର ଲୋକଙ୍କୁ ଇତିମଧ୍ୟରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଗଲାଣି। ଏହାଛଡ଼ା ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ଆଜି ଅପରାହ୍ଣ ସୁଦ୍ଧା ଅବଶିଷ୍ଟ ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ବାତ୍ୟାରୁ ଉଦ୍ଧାର କାର୍ଯ୍ୟ ପାଇଁ ୮ ପ୍ଲାଟୁନ୍ ଓଡ୍ରାଫ୍, ୪ପ୍ଲାଟୁନ୍ ଏନ୍ଡିଆର୍ଏଫ୍ ଟିମ୍, ୨ଟି ଫାୟାର୍ ଟିମ୍ ଓ ଗୋଟିଏ ଫରେଷ୍ଟ ଟିମ୍ ଭଦ୍ରକରେ ମୁତୟନ କରାଯାଇଛି।

ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ଏସବୁ କାର୍ଯ୍ୟର ତଦାରଖ କରୁଥିବାର ସୂଚନା ମିଳିଛି।
The post ବାତ୍ୟା ୟାସକୁ ଆଖି ଆଗରେ ରଖି ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୧୪ଟି ପଞ୍ଚାୟତର ୧୦ ହଜାର ଲୋକ ସ୍ଥାନାନ୍ତରିତ first appeared on Sambad.from ଜିଲ୍ଲା | Sambad https://ift.tt/3yBQade
0 Comments