
ବାଲୁଗାଁ : ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ଭାରତୀୟ ନୌସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟାର ପ୍ରଭାବ ପଡ଼ିବା ଆଶଙ୍କା ଥିବାରୁ ନୌସେନା ଉଭୟ ରାଜ୍ୟରେ ୧୨ଟି ଟିମ୍ ସଜାଗ ରହିଛି। ସେଥିମଧ୍ୟରୁ ୮ଟି ଟିମ୍ ବାତ୍ୟା ପରବର୍ତ୍ତୀ ସମ୍ଭାବ୍ୟ ବନ୍ୟାରେ ଲୋକଙ୍କୁ ସହାୟତା କରିବେ। ୪ଟି ଡାଇଭିଂ ଟିମ୍ ଦରକାର ବେଳେ ପାଣିରେ ବୁଡ଼ି ଉଦ୍ଧାର କାର୍ଯ୍ୟ କରିବେ। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ନୌସେନାର ୪ଟି ପାଣି ଜାହାଜ ମଧ୍ୟ ପ୍ରସ୍ତୁତ ରହିଛି। ସେହିପରି ନୌସେନାର ବିମାନ ମଧ୍ୟ ସଜାଗ ରହିଛି।
ଆଇଏନ୍ଏସ୍ ଡେଗା ବିଶାଖାପାଟନାମ୍ ଓ ଆଇଏନ୍ଏସ୍ ରାଜଳୀ ଚେନ୍ନାଇ ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିବା ସହ ରିଲିଫ୍ ବଣ୍ଟନରେ ସହଯୋଗ କରିବେ। ଉଭୟ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରଖି ନୌସେନା ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନରେ ସହଯୋଗ କରିବ। ବାତ୍ୟା ମୁକାବିଲା ପାଇଁ ଚିଲିକାରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି।
The post ବାତ୍ୟା ମୁକାବିଲା ପାଇଁ ନୌସେନା ସଜାଗ first appeared on Sambad.from ଜିଲ୍ଲା | Sambad https://ift.tt/3vi7nGE
0 Comments