
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଜଳସେଚନ ପ୍ରକଳ୍ପ ପାଣିରେ ଭାସମାନ ଅବସ୍ଥାରେ ଜଣେ କରୋନା ସଂକ୍ରମିତଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ରାଇଝରଣ ଗ୍ରାମର ସନ୍ତୋଷ ଗୋଛାୟତ(୪୩) ଜିନ୍ଦଲ ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ତିନିଦିନ ପୂର୍ବରୁ ସନ୍ତୋଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତକାଲି ଅପରାହ୍ନ ୪ଟାରେ ସେ ଘରୁ ନିଖୋଜ ଥିଲେ। ଆଜି ସକାଳ ୧୦ ଟାରେ ରାଇଝରଣ ଜଳସେଚନ ପ୍ରକଳ୍ପ ପାଣିରେ ଭାସୁଥିବା ଅବସ୍ଥାରେ ସନ୍ତୋଷକୁ ଗ୍ରାମର ଲୋକ ଦେଖି ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଉଥିଲେ।
ଖବରପାଇ ନିଶା ଶିଳ୍ପାଞ୍ଚଳ ଥାନା ଆଇଆଇସି ପ୍ରୀତିମଞ୍ଜରୀ ମେଣ୍ଡୋଲି, ଛେଣ୍ଡିପଦା ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ସନ୍ତୋଷଙ୍କର ମୃତଦେହ ଉଦ୍ଧାର କରିଥିଲେ। ଡ୍ୟାମ ହୁଡ଼ାରୁ ସନ୍ତୋଷଙ୍କ ସାଇକେଲ ମଧ୍ୟ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଏକ ଅପମୃତ୍ୟୁ ମାମଲାରେ କେଶ କରି ତଦନ୍ତ ଚଳେଇଛି।
The post ରାଇଝରଣ ଡ୍ୟାମରୁ କରୋନା ସଂକ୍ରମିତଙ୍କ ମୃତଦେହ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3eMwlXA
0 Comments