ନୂଆପଡା: ନୂଆପଡା ଜିଲ୍ଲାରେ ଅଟୋରିକ୍ସାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଉ ଥିବା କୁମର ତାଣ୍ଡିଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ପ୍ରଶଂସା କରିଛନ୍ତି। ବର୍ତ୍ତମାନ କରୋନା ମହାମାରୀ ପରିସ୍ଥିତିରେ ଭୟଭୀତ ଜନତାଙ୍କୁ ନିଜ ଅଟୋ ରେ ନେଇ ମାଗଣାରେସ୍ବାସ୍ଥ୍ୟକେନ୍ଦ୍ର ଏବଂ ଚିକିତ୍ସା ପରେ ଘରକୁ ଛାଡିବା ଭଳି ଅନନ୍ୟ ଦାୟିତ୍ବ ନିର୍ବାହ କରୁଛନ୍ତି।

କୁମର ତାଣ୍ଡି ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗ୍ରାମପଂଚାୟତ ଡୁମେରବାହାଲ ଗ୍ରାମର ନିବାସୀ ଅଟନ୍ତି। ସେ ଜଣେ ରୋଗୀ ହୋଇ ରୋଗୀଙ୍କ ସେବା ମାନବ ସେବା ରୂପେ କରିବାରେ ଜୀବନରେ ଲକ୍ଷ୍ୟ ରଖିଛନ୍ତି ।

ବର୍ତ୍ତମାନ କରୋନାରେ ନିଜ ସମ୍ପର୍କୀୟକୁ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ବାରଣ କରୁଥିବାବେଳେ ଏହି ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତଙ୍କୁ ପରୀକ୍ଷା ଏବଂ ପଜିଟିଭ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଘର ପର୍ଯ୍ୟନ୍ତ ପହଁଚାଇଥାନ୍ତି। ଏହି ସବୁ ସେବା ମାଗଣାରେ କରିଥାନ୍ତି। ତାଙ୍କ ଏହି କାର୍ଯ୍ୟକୁ ମାନବିକତାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ ଯୋଗେ ପ୍ରଶଂସା କରିଛନ୍ତି।

The post ଅଟୋ ରିକ୍ସାରେ ମାଗଣାରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା କୁମର ତାଣ୍ଡିଙ୍କୁ ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା first appeared on Sambad.

from ଜିଲ୍ଲା | Sambad https://ift.tt/3bdc10k