ରାଉରକେଲା: କ୍ରମବର୍ଦ୍ଧିଷ୍ଣୁ କୋଭିଡ୍ ସଂକ୍ରମଣ ଯୋଗୁଁ ଦେଶରେ ମେଡିକାଲ୍ ଗ୍ରେଡ୍ ତରଳ ଅମ୍ଳଜାନ (ଏଲଏମଓ)ର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଏହାର ଅମ୍ଳଜାନ ୟୁନିଟର ସର୍ବଶ୍ରେଷ୍ଠ ଉପଯୋଗ ପୂର୍ବକ ଅମ୍ଳଜାନ ପ୍ରସ୍ତୁତ କରି ଦେଶର ବିଭିନ୍ନ ସ୍ଥାନକୁ ପ୍ରେରଣ କରୁଛି।

ଗତକାଲି ଆରଏସପି ପକ୍ଷରୁ ଓଡିଶା ତଥା ଦେଶର ଅନ୍ୟାନ୍ୟ ରାଜ୍ୟକୁ ୪୨୦.୨୯ ଟନ୍ ତରଳ ମେଡିକାଲ ଅମ୍ଳଜାନ ପଠାଯାଇଥିଲା | ଭାରତୀୟ ରେଳବାଇ ପରିଚାଳିତ ଅମ୍ଳଜାନ ଏକ୍ସପ୍ରେସରେ ହରିୟାଣାକୁ ଗତକାଲି ୪୯.୭୨ ଟନ୍ ଏଲଏମଓ ପଠାଯାଇଥିଲା।

ପ୍ରକାଶଥାଉକି, ମଇ ମାସର ପ୍ରଥମ ସାତ ଦିନରେ, ଆରଏସପି ପକ୍ଷରୁ ଓଡିଶା ସମେତ ବିଭିନ୍ନ ରାଜ୍ୟକୁ ୨୪୦୫ ଟନ୍ ଏଲଏମଓ ଯୋଗାଣ କରାଯାଇଛି। ସେହିପରି ମେ ପହିଲାରୁ ଆଜି ସୁଦ୍ଧା ୩୧୯୫.୬୫ ଟନ ଏଲଏମଓ ପଠାଯାଇଛି | ସେହିଭଳି ଅପ୍ରେଲ ମାସରୁ ଅଦ୍ୟାବଧି ୬୦୭୨ ଟନ୍ ରୁ ଅଧିକ ତରଳ ମେଡିକାଲ ଅମ୍ଳଜାନ ପଠାଯାଇଛି।

The post ଅନ୍ୟ ରାଜ୍ୟକୁ ସଞ୍ଜିବନୀ ଯୋଗାଇବାରେ ଲାଗିପଡ଼ିଛି ରାଉରକେଲା ଇସ୍ପାତ କାରଖାନା first appeared on Sambad.

from ଜିଲ୍ଲା | Sambad https://ift.tt/3o1sOJ0