ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଭୃଙ୍ଗିଯୋଡ଼ି ଗ୍ରାମରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ପରେ ଜଙ୍ଗଲରେ ଫୋପାଡ଼ିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ସଂପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ, ବେହେଙ୍ଗିଆ ଗ୍ରାମର ସରୋଜ କହଁର, ମହେଶ୍ବର କହଁର ଓ ଜାଇଲାମ୍ବାର ସୁକାନ୍ତ କହଁର।

ଗତ ୨୮ ତାରିଖ ଦିନ ନାବାଳିକା ଜଣକ ଏକ ବିବାହ ଭୋଜିରେ ଯୋଗ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଭୃଙ୍ଗିଯୋଡ଼ି ଗ୍ରାମ ନିକଟରେ ୪ ଜଣ ଯୁବକ ତାଙ୍କୁ ବାଇକ୍‌ରେ ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ। ଆଉ ଅଚେତ ଅବସ୍ଥାରେ ତାଙ୍କୁ ସେଠାରେ ଫୋପାଡ଼ି ଦେଇ ଚାଲି ଆସିଥିଲେ। ସେପଟେ ନାବାଳିକାଙ୍କୁ ତାଙ୍କ ପରିବାର ବହୁ ଖୋଜାଖୋଜି କରିବା ପରେ ଅଚେତ ଅବସ୍ଥାରେ ତାଙ୍କୁ ଭୃଙ୍ଗିଯୋଡ଼ି ଗ୍ରାମ ନିକଟରୁ ଉଦ୍ଧାର କରିଥିଲେ।

The post ଗଣଦୁଷ୍କର୍ମ ପ‌ରେ ନାବାଳିକାକୁ ଜଙ୍ଗଲରେ ଫିଙ୍ଗିଦେଲେ, ୩ଜଣ ଅଭିଯୁକ୍ତ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3eLQblP