ବାଲୁଗାଁ : ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନ୍‌ଏସ୍‌ ଚିଲିକାରେ ଏକ କୋଭିଡ୍‌ କେୟାର୍‌ ସେଣ୍ଟର୍‌ ଖୋଲିଛି। ନୌସେନା ଷ୍ଟେସନ୍‌ ଚିଲିକା ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ଆବାସ ଗୃହରେ ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଏଥିସହ ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିବା ରୋଗୀମାନଙ୍କ ପାଇଁ ଆଇଏନ୍‌ଏସ୍‌ ଚିଲିକା ଡାକ୍ତରଖାନା ଆଇଏନ୍‌ଏଚ୍‌ଏସ୍‌ ନିବାରିଣୀ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍‌ଧ କରାଯାଇଛି। ଆଇଏନ୍‌ଏସ୍‌ ଚିଲିକା ନୌସେନା ଅଧିକାରୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ଏସ୍‌.କେ.ମହାନ୍ତିଙ୍କ ସହ ରାଜ୍ୟ ପ୍ରଶାସନ ସହିତ ସମନ୍ବୟ ରକ୍ଷା କରି ଏହି ସେଣ୍ଟର୍‌ ଖୋଲିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ଡାକ୍ତର ଓ ପାରା ମେଡିକାଲ୍‌ କର୍ମଚାରୀ ଯୋଗାଇ ଦିଆଯାଇଛି। ଏଠାରେ ରହିବା ପାଇଁ ଆଇଏନ୍‌ଏସ୍‌ ଚିଲିକା ସମସ୍ତ ସୁବିଧା ଯୋଗାଇ ଦେବ। ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାଧ୍ୟମରେ ଏହି କୋଭିଡ୍‌ କେୟାର୍‌ ସେଣ୍ଟର୍‌ରେ ରୋଗୀ ଭର୍ତ୍ତି ହୋଇ ପାରିବେ।

The post ଆଇଏନ୍‌ଏସ୍‌ ଚିଲିକାରେ କୋଭିଡ଼୍‌ କେୟାର୍‌ ସେଣ୍ଟର୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3nFHehT