ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସେଞ୍ଚୁରି ମାରିଛି ପେଟ୍ରୋଲ ଦର । ଜିଲ୍ଲାରେ ପେଟ୍ରୋଲ ୧୦୦ ଟଙ୍କା ୮ ପଇସା ଥିବା ବେଳେ ଡିଜେଲ ୯୭ ଟଙ୍କା ୭୪ ପଇସା ରହିଛି । ସେହିପରି କାଲିମେଳାରେ ପେଟ୍ରୋଲ ୧୦୧ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ୯୮ଟଙ୍କା ୫୮ ପଇସା ରହିଛି । ତେଲଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପେଟ୍ରୋଲ ଦର ୧୦୦ ଟଙ୍କା ଟପି ଥିବା ବେଳେ ଏଥିରେ ଜଣେ ଗ୍ରାହକଙ୍କୁ ଟିକସ ବାବଦରେ କେତେ ଟଙ୍କା ଦେବାକୁ ପଡେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ । ନଜର ପକାନ୍ତୁ ତେଳ ଗଣିତ ଉପରେ
ମୌଳିକ ମୂଲ୍ୟ ହେଉଛି ୪୦.୨୧ ଟଙ୍କା।
ଭାଟ ବାବଦରେ ରାଜ୍ୟ ସରକାର ନେଉଛନ୍ତି ୨୩.୩୧ ଟଙ୍କା।
ଡିଲର କମିସନ ୩.୩୦ ଟଙ୍କା।
ମାଲକାନଗିରି ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାକୁ ବିଶାଖାପାଟଣା ଡିପୋରୁ ତୈଳ ଯୋଗାଣ ହୋଇଥାଏ । ତେଲ ଡିପୋଠାରୁ ପେଟ୍ରୋଲ ପମ୍ପର ଦୂରତା ଯୋଗୁ ପ୍ରତି ସହରରେ ଭିନ୍ନ ଭିନ୍ନ ତୈଳ ଦର ସ୍ଥିର କରିଥାନ୍ତି କମ୍ପାନି।
The post ଆକାଶ ଛୁଆଁ ପାଲଟିଛି ପେଟ୍ରୋଲ୍ ଦର; କାଲିମେଳାରେ ୧୦୧ ଟଙ୍କା ୦୧ ପଇସା first appeared on Sambad.from ଜିଲ୍ଲା | Sambad https://ift.tt/3wLf9ch
0 Comments