କାଲିମେଳା: ମାଲକାନଗିରି ଜିଲ୍ଲାର କାଲିମେଳାଠାରେ  ଏକ ଵିଷଧର ସାପ କାମୁଡ଼ାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଯାଇଥିବାର ଜଣାପଡ଼ିଛି। କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପାଲି ପଂଚାୟତର ଏମଭି ୭୬ ଗ୍ରାମର ସ୍ୱର୍ଗତ ପରିତୋଷ ଆଇଚଙ୍କ ପୁଅ ପିଜୁସ ଆଇଚ (୪୫) ଗତକାଲି ରାତିରେ ଗରମ ହେଉଥିବା କାରଣରୁ ଘର ସାମ୍ନାରେ ଗଦା ହୋଇଥିବା ଚିନାବାଦାମ ଗଦା ଉପରେ ଶୋଇଥିଲେ। ତେବେ ସକାଳୁ ପିଜୁସ ଅସୁସ୍ଥତା ଅନୁଭବ କରିବା ସହିତ ତା ମୁଣ୍ଡ ବୁଲେଇ ହେଇଯାଉଛି ତାଙ୍କ ନିଜ ସ୍ତ୍ରୀଙ୍କୁ ଜଣାଇଥଲେ।

ଏହାପରେ ପରିବାର ଲୋକ ଚେରମୂଳି ଚିକିତ୍ସା କରିଥିଲେ। ପିଜୁସଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ଆଜି ସକାଳ ସାଢେ ଦଶଟା ବେଳେ କାଲିମେଳା ମେଡିକାଲ ଆଣିଥିଲେ। ମାତ୍ର ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପିଜୁସ ଧାନ ଓ ବାଦାମ ଚାଷ କରି ନିଜ ପରିବାର ଚଳାଉଥିଲେ।

The post କାଲିମେଳାରେ ସାପ କାମୁଡ଼ାରେ ୪୫ ବର୍ଷିୟ ଚାଷୀ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3wHV9qZ