ବଲାଙ୍ଗୀର: ବଲାଙ୍ଗୀର ପୁଲିସକୁ ସଫଳତା। ଆନ୍ତଃରାଜ୍ୟ ନିଶା ବେପାରର ପର୍ଦ୍ଦାଫାସ। ବିପୁଳ ପରିମାଣର କଫସିରଫ ଜବତ। ଆଜି ସକାଳୁ ସକାଳୁ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କନ୍ଦାଗାଡ ଜଂଗଲ ଭିତରେ ଏକ ଟ୍ରକରେ କଫସିରଫ ଚାଲାଣ ହେଉଥିବା ଖବର ପାଇଥିଲା ପୁଲିସ ।
ତୁରେକେଲା ଥାନା ଅଧିକାରୀ କମଳ ଲୋଚନ ବେହେରା ଏବଂ କଣ୍ଟାବାଞ୍ଜି ଥାନାଧିକାରୀ ସତ୍ୟଜିତ ଖଣ୍ଡେଲକେଲ ପୂରା ଟିମ୍ ସହିତ ଚଢଉ କରିଥିଲେ । ଦୁଇଜଣଙ୍କୁ ପୋଲିସ କାବୁ କରିଥିବା ବେଳେ, ଟ୍ରକକୁ ଜବତ କରିଥିଲା । ଟ୍ରକ ଭିତରୁ ୯୦ ପେଟି ଏସକରଫ କଫସିରଫ ଜବତ କରିଛି ପୁଲିସ । ମୋଟ ୧୪୪୦୦ଟି ବୋତଲ ଥିବା ବେଳେ ଏହାର ଆନୁମାନିକ ବଜାର ମୂଳ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଟ୍ରକଟି କର୍ଣ୍ଣାଟକ ରାଜ୍ୟର ହୋଇଥିବା ବେଳେ ଗିରଫ ଡ୍ରାଇଭର ମଧ୍ୟ କର୍ଣ୍ଣାଟକ ରାଜ୍ୟର । ଗିରଫ ଆଉ ଜଣେ ବ୍ୟକ୍ତି ତୁରେକେଲା ଥାନା ଅର୍ନ୍ତଗତ ଖୁଜେନବାହାଲି ଗାଁର ବୋଲି ଜଣାପଡ଼ିଛି ।

ଜଂଗଲ ଭିତରେ କଫସିରଫର ନିଶା ବଢାଇବା ପାଇଁ ସେଥିରେ ନିଶା ଟାବଲେଟ ମିଶା ଯାଉଥିବା ସମୟରେ ପୁଲିସ ଚଢଉ କରିଥିଲା । କିଛି ଟାବଲେଟ ଏବଂ ନଗଦ ୧୩ ହଜାର ଟଙ୍କା ଜବତ କରିଛି ପୁଲିସ । ଜଂଗଲ ଭିତରେ କଫସିରଫରେ ନିଶା ଟାବଲେଟ ମିଶାଇ ବିଭିନ୍ନ ବେପାରୀଙ୍କ ଜରିଆରେ ଚଢା ଦରରେ ନିଶା କାରବାର କରାଯିବାର ଯୋଜନା ଥିଲା। ଏହି ଘଟଣାରେ ଆଉ ଅନ୍ୟ କେଉଁମାନେ ସଂପୃକ୍ତ ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
The post ନିଶାଯୁକ୍ତ ୧୪୪୦୦ ବୋତଲ କଫସିରଫ ଜବତ, ଦୁଇ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3vty1fE
0 Comments