
ଟାଙ୍ଗୀ :ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କାକୁ ଦୃଷ୍ଟିରେ ରଖି ଚିଲିକାର ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଥିବା ଜଣାପଡ଼ିଛିା। ଆସୁଥିବା ଲଘୁଚାପ ଯୋଗୁ ଚିଲିକା ଆଶାନ୍ତ ରହିବ, ତେଣୁ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ତରଫରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି।
ଏଥିପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀ (ଜୀବ ଓ ପ୍ରଯୁକ୍ତି)ବାଲୁଗାଁ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀ ମାନେ ଆସନ୍ତା ୨୧ ତାରିଖ ରୁ ୨୭ ତାରିଖ ପର୍ଯ୍ୟନ୍ତ ଡଙ୍ଗା ନେଇ ଚିଲିକା ଭିତରକୁ ନ ଯିବା ପାଇଁ ଅନୁରୋଧ କରାଯାଇଛି। ନିଜ ନିଜର ଡଙ୍ଗା, ଜାଲ ଓ ଇଞ୍ଜିନ ସୁରକ୍ଷିତ ସ୍ଥାନରେ ରଖିବା ସହ ଯେଉଁମାନେ ଚିଲିକା ଭିତରକୁ ଯାଇଛନ୍ତି ୨୧ ତାରିଖ ସନ୍ଧ୍ୟା ପୂର୍ବରୁ କୂଳକୁ ଫେରିଆସିବାକୁ ମଧ୍ୟ ଅନୁରୋଧ କରାଯାଇଛି।
The post ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା first appeared on Sambad.from ଜିଲ୍ଲା | Sambad https://ift.tt/3oywK4q
0 Comments