
କଟକ: କରୋନାକୁ ନେଇ ରହିଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମକୁ ଉଭୟ ସରକାରୀ ଓ ଘରୋଇ ମେଡିକାଲ କର୍ତୃପକ୍ଷ ଖୁଲମଖୁଲା ଉଲ୍ଲଂଘନ କରୁଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଉଭୟ ସରକାରୀ ଓ ଘରୋଇ ମେଡିକାଲ କରୋନା ରୋଗୀଙ୍କ ମୃତଶରୀରକୁ ଜିଇପି ବ୍ୟାଗ ବଦଳରେ କଳା ପଲିଥିନ କିମ୍ବା ଗଜ କନା ଗୁଡାଇ ଶ୍ମଶାନକୁ ପଠାଇ ଦେଉଛନ୍ତି। ଏଥିରେ ବିଭିନ୍ନ ପ୍ରକାର ସଂକ୍ରମଣ ଆଶଙ୍କା ଉପୁଜିଛି। ଏପରିକି ଶ୍ମଶାନରେ ଶବଦାହ କରୁଥିବା ସ୍ବେଚ୍ଛାସେବୀମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କରୋନା ରୋଗୀଙ୍କ ଶବକୁ ଏଭଳି ଅସୁରକ୍ଷିତ ଭାବେ ପଠାଯାଉଥିବାରୁ ଏହାଦ୍ବାରା ବହୁ ସଂକ୍ରମଣ ଆଶଙ୍କା ରହୁଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।
ମୃତ ଶରୀରରୁ ୱାର୍ଡରୁ ଆମ୍ବୁଲାନସକୁ ଆଣୁଥିବା କର୍ମଚାରୀ, ଆମ୍ବୁଲାନସ ଚାଳକ ଓ ଶ୍ମଶାନରେ ଶବ ଦାହ କରୁଥିବା ସ୍ବେଚ୍ଛାସେବୀମାନେ ଏହାଦ୍ବାରା ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସରକାରଙ୍କ କୋଭିଡ ଗାଇଡଲାଇନ ବା ପ୍ରୋଟକଲକୁ ମେଡିକାଲ କର୍ତୃପକ୍ଷ କାହିଁକି ଉଲ୍ଲଂଘନ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଘରୋଇ ଡେଡିକେଟେଡ( ଉତ୍ସର୍ଗୀକୃତ) କୋଭିଡ ଡାକ୍ତରଖାନାର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ସେପଟେ କଟକ ବଡମେଡିକାଲରୁ ମଧ୍ୟ ପଲିଥିନ ଗୁଡା ହୋଇ କରୋନା ରୋଗୀଙ୍କ ଶବ ଆସୁଥିବା ଜଣାପଡିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।
The post ସୁରକ୍ଷା ପ୍ରତି ଧ୍ୟାନ ନାହିଁ; କରୋନା ମୃତକଙ୍କ ଶବ ପ୍ୟାକିଂରେ ନିୟମ ଉଲ୍ଲଂଘନ first appeared on Sambad.from ଜିଲ୍ଲା | Sambad https://ift.tt/3bIDpDE
0 Comments