
ରାଉରକେଲା: କ୍ରମବର୍ଦ୍ଧିଷ୍ଣୁ କୋଭିଡ୍ ସଂକ୍ରମଣ ଯୋଗୁଁ ଦେଶରେ ମେଡିକାଲ୍ ଗ୍ରେଡ୍ ତରଳ ଅମ୍ଳଜାନ (ଏଲଏମଓ)ର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଏହାର ଅମ୍ଳଜାନ ୟୁନିଟର ସର୍ବଶ୍ରେଷ୍ଠ ଉପଯୋଗ ପୂର୍ବକ ଅମ୍ଳଜାନ ପ୍ରସ୍ତୁତ କରି ଦେଶର ବିଭିନ୍ନ ସ୍ଥାନକୁ ପ୍ରେରଣ କରୁଛି। ଗତକାଲି ଆରଏସପି ପକ୍ଷରୁ ଓଡିଶା ତଥା ଦେଶର ଅନ୍ୟାନ୍ୟ ରାଜ୍ୟକୁ ୪୭୪.୧୬ ଟନ୍ ତରଳ ମେଡିକାଲ ଅମ୍ଳଜାନ ପଠାଯାଇଥିଲା; ଯାହାକି ସର୍ବୋଚ୍ଚ ଏକଦିବସୀୟ ରେକର୍ଡ।
ଭାରତୀୟ ରେଳବାଇ ପରିଚାଳିତ ଅମ୍ଳଜାନ ଏକ୍ସପ୍ରେସରେ ହରିୟାଣାକୁ ୭୨.୩୩ ଟନ୍ ଏଲଏମଓ ପଠାଯାଇଥିଲା। ପ୍ରକା ଶଥାଉକି, ମଇ ମାସର ପ୍ରଥମ ସାତ ଦିନରେ, ଆରଏସପି ପକ୍ଷରୁ ଓଡିଶା ସମେତ ବିଭିନ୍ନ ରାଜ୍ୟକୁ ୨୪୦୫ ଟନ୍ ଏଲଏମଓ ଯୋଗାଣ କରାଯାଇଛି। ସେହିଭଳି ଅପ୍ରେଲ ମାସରୁ ଅଦ୍ୟାବଧି ୫୨୮୨ ଟନ୍ ରୁ ଅଧିକ ତରଳ ମେଡିକାଲ ଅମ୍ଳଜାନ ପଠାଯାଇଛି।
The post ଅମ୍ଳଜାନ ପଠାଇବାରେ ଆରଏସପିର ସର୍ବୋଚ୍ଚ ଦିନିକିଆ ରେକର୍ଡ, ପଠାଗଲା ୪୭୪.୧୬ ଟନ୍ first appeared on Sambad.from ଜିଲ୍ଲା | Sambad https://ift.tt/3vLRF6c
0 Comments