
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ପୁଣି ନକ୍ସଲ ମାତିଛନ୍ତି। କାଂକେର ଏବଂ ଆମାବେଡା ମଧ୍ୟରେ ରହିଥିବା ଏକ ବ୍ରିଜ ନିକଟରେ ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଆଜି ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ବ୍ରିଜ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ରାସ୍ତାରେ ସଂପୂର୍ଣ୍ଣ ଗାତ ସୃଷ୍ଟି ହୋଇଛି।କାଂକେର ଏବଂ ଆମାବେଡାକୁ ଯାତାୟତ ଠପ୍ ହୋଇଯାଇଛି। ତେବେ ସୁରକ୍ଷାକର୍ମୀ ଏବଂ ପୁଲିସ ଏନେଇ ସୂଚନା ପାଇବା ପରେ ଏହି ଅଂଚଳକୁ ସିଲ କରିଦିଆଯାଇଥିବା ଜଣାପଡିଛି। ଲ୍ୟାଣ୍ଡମାଇନ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରାସ୍ତା ଉପରେ ୧୦ ଫୁଟର ଗାତ ସୃଷ୍ଟି ହୋଇଛି।
The post ନକ୍ସଲ ଦ୍ବାରା ଲ୍ୟାଣ୍ଡମାଇନ ବିସ୍ଫୋରଣ first appeared on Sambad.from ଜିଲ୍ଲା | Sambad https://ift.tt/3tvJbin
0 Comments