
ରାଉରକେଲା : ରାଉରକେଲା ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି ପ୍ରଶାସନ। ଜନସାଧାରଣ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ସେମାନଙ୍କ ଦୁଆର ମୁହଁରେ ଆଳୁ ପିଆଜ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପହଞ୍ଚାଉଛନ୍ତି ମିସନ ଶକ୍ତିର ମହିଳା।
ମେ’ ୫ ତାରିଖରୁ ଆରମ୍ଭ ହୋଇଥିବା ଲକଡାଉନକୁ ରାଜ୍ୟ ସରକାର ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେଣୁ ଏହି ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାଧାରଣ ଜନତାଙ୍କ ଦୁଆର ମୁହଁରେ ଆଳୁ ପିଆଜ ନେଇ ସୁଲଭ ଦରରେ ବିକୁଛନ୍ତି।
ଏଥିପାଇଁ ରାଉରକେଲାରେ ୯ଟି ଏସଏଚଜି ନିୟୋଜିତ ହୋଇଛନ୍ତି। ରାଉରକେଲା ମହାନଗର ନିଗମ ଏହି କାମରେ ସେମାନଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରିଛି।
ଫଳରେ ଲକଡାଉନ ନିୟମ ଭାଙ୍ଗି କାହାକୁ ବେଶୀ ବାଟ ଯିବାକୁ ପଡୁନାହିଁ। ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ମଧ୍ୟ ଘରେ ଥାଇ ଆଳୁ ପିଆଜ ପାଇପାରୁଛନ୍ତି।
The post ଲକଡାଉନ ବେଳେ ଲୋକଙ୍କ ଦୁଆର ମୁହଁରେ ଆଳୁ, ପିଆଜ ପହଞ୍ଚାଉଛନ୍ତି ମିସନ ଶକ୍ତିର ମହିଳା first appeared on Sambad.
from ଜିଲ୍ଲା | Sambad https://ift.tt/2S7SFTN
0 Comments