ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସମେତ ବିଭିନ୍ନ ଥାନା ଅଞ୍ଚଳ ସମେତ ୫୯ଜାତୀୟ ରାଜପଥ ଉପରେ ଡକାୟତି କରୁଥିବା ଏକ ଗ୍ୟାଙ୍ଗ ତୁମୁଡ଼ିବନ୍ଧ ସ୍ଥିତ ଏକ ବିଦେଶୀ ମଦ ଦୋକାନ ରୁ ୬ଲକ୍ଷ ଟଙ୍କାର ମଦ ଲୁଟିବା ପରେ ପୁଲିସ ଆରମ୍ଭ କରିଥିଲା ଅପରେସନ। ପୁଲିସ ଜାଣିସାରିଥିଲା କି ଏହି ମଦ ଦୋକାନ ଲୁଟରେ ଯୁବ ଲୁଟେରା ଗ୍ୟାଙ୍ଗର ସଦସ୍ୟ ରହିଛନ୍ତି। ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ଏହି ଅପରେସନର ମଙ୍ଗ ଧରିଥିଲେ। ଜଣେ ମହିଳାଙ୍କର ସହାୟତାରେ ସେମାନଙ୍କ ନିକଟରେ ପହଞ୍ଚି ପାରିଥିଲା ପୁଲିସ। ସେମାନଙ୍କୁ ଗିରଫ ପରେ ଡକାୟତି ପଛରେ ସୌଖିନ ମୋବାଇଲ, ଡ୍ରେସ, ଗାଡ଼ି ସାଙ୍ଗକୁ ନୂଆନୂଆ ଝିଅଙ୍କୁ ପ୍ରେମ ଜାଲରେ ଫସାଇବାର ପ୍ରୟାସ କରିବା ।

ଏମାନଙ୍କ ନିଶା ପାଇଁ ଦରକାର ହେଉଥିବା ଅର୍ଥ ପାଇଁ ସେମାନେ ବିଭିନ୍ନ ସ୍ଥାନରେ ଡକାୟତି କରୁଥିଲେ ବୋଲି ପୁଲିସ ଆଗରେ କହିଥିବା ପ୍ରକାଶ କରିଛନ୍ତି ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ। ଏହି ଯୁବ ଲୁଟେରା ଗ୍ୟାଙ୍ଗରେ କେବଳ ଏହି ୧୦ଜଣ ଯୁବକ ନୁହନ୍ତି ଆହୁରି ଯୁବକ ରହିଥିବା ପୁଲିସ ନିକଟରେ ତଥ୍ୟ ରହିଛି। ସେମାନେ ମୁଖ୍ୟତଃ ତୁମୁଡିବନ୍ଧ, ବାଲିଗୁଡ଼ା, କଳାହାଣ୍ଡି ରାମପୁର ଥାନା ଅଞ୍ଚଳରେ ଲୁଟ କରୁଥିବା ବେଳେ ସ୍ଥାନ ବଦଳାଉ ଥିଲେ ଓ ଏକାଧିକ ଝିଅଙ୍କୁ ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇ ଆସୁଥିଲେ ବୋଲି ଶ୍ରୀପୂଜାରୀ କହିଛନ୍ତି।

The post ଝିଅଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଡକାୟତି first appeared on Sambad.

from ଜିଲ୍ଲା | Sambad https://ift.tt/3oxxWVv