ପୁରୀ: ଅମାନିଆକୁ ଆକଟ କରିବା ପୁଲିସକୁ ପଡ଼ିଲା ମହଙ୍ଗା। କଟୁରିରେ ପୁଲିସ ଉପରକୁ ଆକ୍ରମଣ କଲେ କଦଳୀ ବେପାରୀ। ଆଉ ଏହି ସମୟରେ ପୁଲିସ ସହ ହାତାହାତି ହେବାର କିଛି ଦୃଶ୍ୟ ବେଶ ରୋମାଞ୍ଚକର ଥିଲା।
ରାଜ୍ୟରେ ବଢ଼ୁଥିବା ସଂକ୍ରମଣରେ ରୋକ ଲଗାଇବା ପାଇଁ ତାଲାବନ୍ଦ କଟକଣା ଲଗାଯାଇଛି। ହେଲେ କିଛି ଅମାନିଆ ତାଲାବନ୍ଦକୁ ଖାତିର ନକରି ବାହାରେ ନିର୍ଦ୍ୱନ୍ଦ୍ୱରେ ବୁଲଛନ୍ତି।
ଆଜି ସଟଡାଉନ ଥିବା ବେଳେ ସତ୍ୟବାଦୀ ବ୍ଲକ ବଳଙ୍ଗା ବଜାରରେ ଚେକିଂ କରୁଥିଲା ପୁଲିସ। ଏହି ସମୟରେ ଜଣେ ଯୁବକ ନିଜ ସାଇକେଲରେ କଦଳୀ ଧରି ବଜାରକୁ ବିକିବାକୁ ଆସିଥିଲେ। ହେଲେ ବେପାରୀଜଣଙ୍କ ମୁହଁରେ ମାସ୍କ ନଥିଲା। ସଟଡାଉନରେ ବିନା ମାସ୍କରେ କାହିଁକି ବଜାରକୁ ଆସିଛ ପଚାରିବାରୁ ରାଗି ଯାଇଥିଲେ କଦଳୀ ବେପାରୀଜଣଙ୍କ। କଦଳୀ କଟା କଟୁରିରେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଘଟଣାରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ବଳଙ୍ଗା ପୁଲିସ ଯୁବକକୁ ଗିରଫ କରିଛି।

The post ମାସ୍କ କାହିଁକି ପିନ୍ଧିନ କହିବା ମହଙ୍ଗା ପଡିଲା: ପୁଲିସକୁ କଟୁରିରେ ଆକ୍ରମଣ କଲା କଦଳୀ ବେପାରୀ first appeared on Sambad.

from ଜିଲ୍ଲା | Sambad https://ift.tt/3tyunPI