ବ୍ରହ୍ମପୁର: ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯାଉ କରୋନା ଟିକା। ଗଞ୍ଜାମ ଜିଲ୍ଲା ପୋଲସରାରେ ଏକାଧିକ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ହେବାପରେ ଏଭଳି ଦାବି କରିଛି ସେଠାକାର ଶିକ୍ଷକ ସଂଘ। ଜିଲ୍ଲାର ପୋଲସରା ବ୍ଲକରେ କରୋନାରେ ୪ ଜଣଙ୍କ ଶିକ୍ଷକ ପ୍ରାଣ ହରାଇ ସାରିଲେଣି ।
ଘୋଡାପଲାଣ ଅଞ୍ଚଳର ପ୍ରଧାନ ଶିକ୍ଷକ ପ୍ରଭାକର ରଣା, ମର୍ଦ୍ଦରାପୁରର ଅତିରିକ୍ତ ଶିକ୍ଷକ ଜଗନ୍ନାଥ ନାୟକ, ଜେ.ଡେଙ୍ଗାପଦରର ଅତିରିକ୍ତ ଶିକ୍ଷକ ଭରତ ଡାକୁଆ ଏବଂ ରୁମାଗଡର ଅତିରିକ୍ତ ଶିକ୍ଷକ ଚନ୍ଦ୍ରଶେଖର ନାହାକଙ୍କ କରୋନାରେ ମୃତ୍ୟୁ ହୋଇଛି। ଫଳରେ କାର୍ଯ୍ୟରତ ଶିକ୍ଷକଙ୍କ ଭିତରେ ଭୟର ବାତାବରଣ ଲାଗିରହିଛି। ଏବେ ମଧ୍ୟ କିଛି ଶିକ୍ଷକ କରୋନା ଆକ୍ରାନ୍ତ ହୋଇ ଘରୋଇ ସଙ୍ଗରୋଧରେ ଅଛନ୍ତି। ତେଣୁ ଶିକ୍ଷକ ସଙ୍ଘର ନେତା ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତିରେ ଟିକା ଦେବା ପାଇଁ ଦାବି କରାଯାଇଛି।

The post ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦିଆଯିବାକୁ ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3uzhl5U