ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଅଞ୍ଚଳ ବାସୀଙ୍କ ତରଫରୁ ୨୫ ଗୋଟି ଅମ୍ଲଜାନ ସିଲିଣ୍ଡର ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଦାନ କରାଯାଇଛି। ସିନାପାଲି ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତଥା ସମାଜସେବୀମାନେ ସ୍ୱଇଚ୍ଛାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନୂଆପଡ଼ା ଜିଲ୍ଳାପାଳ ସ୍ୱଧାଦେବ ସିଂ ଦେଓଙ୍କ ମାଧ୍ୟମରେ ୨୫ ଗୋଟି ଅମ୍ଲଜାନ ସିଲିଣ୍ଡର ଅକ୍ସିଜେନ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଦାନ କରିଛନ୍ତି।

ସହଯୋଗୀମାନେ ହେଲେ ବନାଞ୍ଚଳ ଅଧିକାରୀ ବିମଳ ପ୍ରକାଶ ଟୋକନୋ ସିନାପାଲି, ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର, ନୂଆପଡ଼ା ଜିଲ୍ଳା ସାମ୍ୱାଦିକ ସଂଘ ଉପସଭାପତି ଅଜିତ କୁମାର ଯୋଶୀ, ସ୍ୱରସଂଗମ୍ କଳାପରିଷଦ ସିନାପାଲି, ହନୁମାନ କ୍ଲବ ସିନାପାଲି, ସମାଜସେବୀ ପ୍ରଦୀପ ଜୈନ, ସିନାପାଲି ସରପଂଚ ସୀତାରାମ ମେହେର, ଠିକାଦାର ଲମ୍ୱୋଦର ମେହେର ଓ ସନ୍ତୋଷ କୁମାର ମେହେର, ରଂଜିତ ପେଟ୍ରୋଲ ଟ୍ୟାଙ୍କ, ବ୍ୟବସାୟୀ ଲିଲୁ ଅଗ୍ରୱାଲ, ମଖାପଦର ସରପଂଚ ବଲଦେବ ମାଝି, ସିନାପାଲି ହାଇସ୍କୁଲ ଷ୍ଟାଫ୍, ଇଂ ଅସିତ କୁମାର ମେହେର, ସିନାପାଲିର ପ୍ରାଇମେରି ଟିଚର ଆସୋସିଏସନ ପ୍ରମୁଖ। ଏହି ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢାଇ ଥିବାରୁ ସିନାପାଲି ଅଞ୍ଚଳବାସୀ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ସୁଭେଚ୍ଛା ଜଣାଇଛନ୍ତି। ସିନାପାଲି କୋଭିଡ କେନ୍ଦ୍ରକୁ ଜିଲ୍ଲାପାଳ ଗସ୍ତ କରି ଆକ୍ରାନ୍ତମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ସିନାପାଲି ବିଡିଓ ସଦାଶିବ ନାୟକ ତହସିଲଦାର ଲୋକନାଥ ଶବର, ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

The post ସିନାପାଲି ଅଞ୍ଚଳବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ୨୫ଟି ଅମ୍ଲଜାନ ସିଲିଣ୍ଡର ପ୍ରଦାନ first appeared on Sambad.

from ଜିଲ୍ଲା | Sambad https://ift.tt/3uPSds1