ଟାଙ୍ଗରପାଲି (ସୁନ୍ଦରଗଡ଼): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବଡଢବାଖୋଲ ଗ୍ରାମରେ ଏକ ପ୍ରେମୀଯୁଗଳ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ସୂଚନା ଆନୁସାରେ ସେହି ଗ୍ରାମର ଅଶୋକ ଲାକ୍ରା (୨୮) ବିବାହିତ ହୋଇଥିଲେ ମଧ୍ୟ ସେ ଅନ୍ୟ ଏକ ଯୁବତୀ ସୁମିତ୍ରା କୁଜୁର (୨୫)ଙ୍କୁ ପ୍ରେମ କରୁଥିଲେ।

ଧୀରେଧୀରେ ତାଙ୍କର ପ୍ରେମ ଦାଣ୍ତରେ ପଡି ହାଟରେ ଗଡିବାକୁ ଲାଗିବାରୁ ଏ ବିଷୟକୁ ନେଇ ଗ୍ରାମରେ ଏକ ବୈଠକ ବସିଥିଲା। ବୈଠକରେ ଗ୍ରାମଵାସୀ ଅଶୋକଙ୍କୁ ଉଭୟ ସ୍ତ୍ରୀ ଓ ପ୍ରେମିକାଙ୍କୁ ନିଜ ସାଙ୍ଗରେ ରଖିବାକୁ ନିର୍ଦ୍ଦେଶ ହୋଇଥିଲା। ରାତିରେ ଅଶୋକ ଓ ପ୍ରେମିକା ସୁମିତ୍ରା ଏକ ବନ୍ଦ କୋଠରିରେ ବିଷପାନ କରି ଆତ୍ମହତ୍ୟା କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡ଼ି ନାହିଁ।

The post ବିଷପାନ କରି ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3ouK3Tu