
ରାଉରକେଲା: ରାଉରକେଲାରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଥିବାର ଖବର ମିଳିଛି। ଝାରଖଣ୍ଡରୁ ଚାଲାଣ ହୋଇଥିଲା। ଅବକାରୀ ବିଭାଗ ଚଢ଼ଉ କରି ଜବତ କରିଛି। ଅଭିଯୁକ୍ତମାନଙ୍କଠାରୁ ୪୦୮ ବୋତଲ ବିଦେଶୀ ଓ ଵିଅର ଜବତ ହୋଇଛନ୍ତି। ଏନେଇ ଦୁଇଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଜରେଇକେଲା ଜମାଲ ଗ୍ରାମର ବିଶ୍ୱେଶ୍ୱର ଗୋପ(୫୫) ଓ ରାଉରକେଲା ମଧୁସୂଦନ ମାର୍ଗର ଶଙ୍କର ସାହୁ(୨୮)। ଉଭୟେ ଝାରଖଣ୍ଡରୁ ମଦ ଆଣି ସହରରେ ବିକ୍ରି କରୁଥିଲେ।
The post ରାଉରକେଲାରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ଦୁଇ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3yiEcVO
0 Comments