ବାଲେଶ୍ବର : ବାତ୍ୟା ପ୍ରଭାବିତ ବାଲେଶ୍ବର ଜିଲ୍ଲା ଗସ୍ତରେ ଆସିଥିବା ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା କରାଯାଇଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ଶ୍ରୀ ପଟ୍ଟନାୟକ ଶୁକ୍ରବାର ବସ୍ତା ବ୍ଲକ ହଳଦିପଦା ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ସ୍ଥାନୀୟ ସରପଞ୍ଚ ପର୍ଶୁରାମଙ୍କ ପ୍ରଧାନଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ସମୟରେ ସରପଞ୍ଚଙ୍କ କିଛି ବିରୋଧୀ ଲୋକ ସେଠାରେ ପହଞ୍ଚି ଶ୍ରୀ ପଟ୍ଟନାୟକଙ୍କ ଇନୋଭା କାରକୁ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ସରପଞ୍ଚ ଓ ତାଙ୍କ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ଶିଶିକାନ୍ତ ସାହୁ ଓ ତପନ ସାହୁ ନାମକ ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ଏ ନେଇ ବସ୍ତା ଥାନା କେସ୍ ନଂ ୧୬୮/୨୧ରେ ଏକ ମାମଲା ରୁଜୁ ହୋଇଛି।

The post ପୂର୍ବତନ ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା first appeared on Sambad.

from ଜିଲ୍ଲା | Sambad https://ift.tt/34pEtbE