ରାଉରକେଲା: ସହରର ୮ଟି ଟିକାଦାନ କେନ୍ଦ୍ରରେ ଆସନ୍ତାକାଲି (ମଙ୍ଗଳବାର)ଠାରୁ ନୂତନ ସୂଚୀ ଅନୁଯାୟୀ ଟିକାଦାନ କରାଯିବ। (କ) ୧୮ରୁ ୪୪ ବର୍ଷ ଏବଂ (ଖ) ୪୫ ବର୍ଷ ବୟସରୁ ଅଧିକ ବର୍ଗର ବ୍ୟକ୍ତିଙ୍କୁ ଦିନେ ଛଡ଼ା ଦିନେ ପାଳିକରି ଟିକା ଦିଆଯିବ। ଟିକାଦାନ ପୂର୍ବରୁ କେନ୍ଦ୍ର ଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି ମହାନଗର କମିଶନର ଦିବ୍ୟଜ୍ୟୋତି ପରିଡା, ଏସପି ମୁକେଶ କୁମାର ଭାମୁ ଓ ଅନ୍ୟ ପ୍ରଶାସନିକ ଅଧିକାରୀ l

ଟିକାଦାନ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ଆବଶ୍ୟକ ଅlନୁସଙ୍ଗିକ ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା କରିଥିଲେ l ଏହି ଅବସରରେ କମିଶନର ଶ୍ରୀ ପରିଡା ସୂଚୀ ଦେଖି ପାଳି ଅନୁଯାୟୀ ଟିକା କେନ୍ଦ୍ରକୁ ଆସିବାକୁ ପଞ୍ଜିକରଣ କରିଥିବା ଲୋକଙ୍କୁ ଅନୁରୋଧ କରିଛନ୍ତି l

୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ। ପଞ୍ଜୀକରଣ ପରେ ଆପଣ ସ୍ଲଟ୍ ବୁକ୍ କରିପାରିବେ। ୪୫ ପ୍ଲସ୍ ବର୍ଗଙ୍କୁ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ତେବେ ସେମାନଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ସେମାନଙ୍କ ପାଇଁ ୱାକ୍ ଇନ୍ ବ୍ୟବସ୍ଥା ରହିଛି।

The post ଟିକାଦାନ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଆରଏମସି କମିଶନର ଓ ଏସପି first appeared on Sambad.

from ଜିଲ୍ଲା | Sambad https://ift.tt/3o3DKWG