ପୁରୀ: ଆଜି ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଭାବନୀୟ ଘଟଣା ଘଟିଛି। ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତ ହେଉଛନ୍ତି ହରେକୃଷ୍ଣ ସୁଆର। ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେବାୟତ ବୁଲୁ ପଣ୍ତାଙ୍କ ଆକ୍ରମଣରେ ସେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି ।

ଏହି ଘଟଣା ନେଇ ସିଂହଦ୍ବାର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଘଟଣାର ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ଡ. କେ.ଵିଶାଲ ସିଂ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରରେ ଗତମାସ ୧୮ ତାରିଖରେ ଦୁଇଜଣ ଜେଟିପିଙ୍କ ମଧ୍ୟରେ ମାରପିଟ ହୋଇ ଘଟଣାର ତଦନ୍ତ ପରେ ଜେଟିପି ଗଙ୍ଗାଧର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଥିଲା।

The post ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁହାଁମୁହିଁ ହେଲେ ଦୁଇ ସେବାୟତ first appeared on Sambad.

from ଜିଲ୍ଲା | Sambad https://ift.tt/3bfcK1e